ପୁରୁଷୋତ୍ତମପୁର,୨୧।୮(ସିମାଞ୍ଚଳ ମିଶ୍ର): ଗୁରବାର ଗଞ୍ଜାମ ଜିଲାପାଳ ଭି କିର୍ତ୍ତିଭାସନ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେୀବୀ ମା’ ତାରାତାରିଣୀଙ୍କ ପୀଠକୁ ଆସି ମନ୍ଦିରପରିଷରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟମାନବୁଲି ଦେଖିବାସହ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । ଯାହାକି ଭକ୍ତମାନଙ୍କୁ ଆଉ ଭୋକିଲାହୋଇ ଫେରିବାକୁ ପଡିବନି ବୋଲି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ପ୍ରାୟ ଏକକୋଟିରୁ ଊର୍ଦ୍ଧ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଅତ୍ୟାଧୁନିକ ଶୈଳୀର ସ୍ବୟଂଚାଳିତ ରନ୍ଧନ ମେସିନ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ ହୋଇ ସ୍ବଳ୍ପ ମୂଲ୍ୟରେ ଭକ୍ତଙ୍କୁ ଯୋଗାଇଦେବାର ବ୍ୟବସ୍ଥାକୁ ଯଥାଶିଘ୍ର କାର୍ଯ୍ୟକାରୀକରିବାକୁ ନେଇ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ ।
ଏହାସହ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତିରିଶି କୋଟିଟଙ୍କାର ଅନୁଦାନରେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଭକ୍ତଙ୍କ ସହ ମାଙ୍କ ଦର୍ଶନ ଲାଗି ଆସୁଥିବା ଦିବ୍ୟାଙ୍ଗ ଓ ବୃଦ୍ଧାବୃଦ୍ଧ ଶ୍ରେଣୀର ବ୍ୟକ୍ତିଙ୍କଲାଗି ପାହାଡ ଉପରେ ଶୌଚାଳୟ ନିର୍ମାଣକୁ ଗୁରୁତ୍ୱ ଦେଇଥିଲେ। ଏହାସହ ପର୍ଯ୍ୟଟକଙ୍କ ସୁବିଧାଲାଗି ସିଂହଦ୍ବାର ନିକଟରେ ତିନିମହଲା ବିଶିଷ୍ଟ ଧର୍ମଶାଳା ନିର୍ମାଣ, ମନୋରଞ୍ଜନଲାଗି ଲେଜରସୋର ବ୍ୟବସ୍ଥା, ସ୍ଥାହିହେଲିପେଡ ନିର୍ମାଣ, ମା’ଙ୍କ ସମ୍ପୂର୍ଣ୍ଣ କିମ୍ବଦନ୍ତୀକୁ ଉପଲବ୍ଧକରାଇବା, ପାର୍କର ନିର୍ମାଣ ଓ ପ୍ରତ୍ୟେକସ୍ଥାନରେ ସାଇନବୋର୍ଡଲଗାଇବା, ପାନୀୟ ଜଳର ବ୍ୟବସ୍ଥା, ବିଭିନ୍ନ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧାଲାଗି ଜାତୀୟରାଜପଥର ହୁମ୍ମା ଓ ପକୁଡିବନ୍ଧଛକ ଠାରେ ବିରାଟ ହୋଡିଂ ଲଗାଇବା, ତାରାତାରିଣୀଛକଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ସୋଲାର ମାଧ୍ୟମରେ ସମ୍ପୂର୍ଣ୍ଣ ଆଲୋକିକରଣ କରିବା,ହାଣ୍ଡିଘର ନୂତନ ବ୍ରିଜ ରାସ୍ତାକୁ ନିର୍ମାଣ କରିବା ଲାଗି ପଦକ୍ଷେପନେବାର କହିବା ସହ ମନ୍ଦିର ପରିଷରରେ ସମ୍ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ମୁକ୍ତକରିବାକୁ ପଦକ୍ଷେପ ନେବାର କହିଥିଲେ । ଏହିସମୟରେ ଛତ୍ରପୁର ଉପଜିଲାପାଳ ଡ.ଶିବାଶିଶ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ଅତିରିକ୍ତତହସିଲଦାର ସଂଗିତାସେଠୀ,ବିଡିଓ ଶରତକୁମାର ପାତ୍ର, ପୂର୍ତ୍ତବିଭାଗୀୟ ନିର୍ବାହୀଯନ୍ତ୍ରୀ ଶୁରେଶ କୁମାର ମିଶ୍ର,ମନ୍ଦିର ନିର୍ବାହୀଅଧିକାରୀ ଟିକେ ରେଡିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।