Categories: Home Leftଖେଳ

ଶ୍ରୀଲଙ୍କା ଆଗରେ ୧୮୪ ରନ୍‌ର ଟାର୍ଗେଟ୍‌

ଦୁବାଇ,୧।୯: ଏସିଆ କପ୍‌ ପାଇଁ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ- ଶ୍ରୀଲଙ୍କା। ଉଭୟ ଟିମ୍‌ ମଧ୍ୟରେ ଟକ୍କର ବରାବର ଚାଲିଛି। ତେବେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବାଂଲାଦେଶ ବ୍ୟାଟିଂ କରିଥିଲା। ବାଂଲାଦେଶ ୭ ଉଇକେଟ୍‌ ହରାଇ ୧୮୩ ରନ୍‌ କରିବାରେ ସଫଳ ହୋଇଛି। ଏଥିସହ ବାଂଲାଦେଶ ଶ୍ରୀଲଙ୍କାକୁ
୧୮୪ ରନ୍‌ର ଟାର୍ଗେଟ୍‌ ଦେଇଛି।

ଏହି ମ୍ୟାଚ୍‌ରେ ଯିଏ ଜିତିବ, ସେ ଗ୍ରୁପ୍‌ ବି’ର ଦ୍ୱିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିବ। ସେହିପରି ଯେଉଁ ଦଳ ହାରିବ, ତା’ର ଏସିଆ କପ୍‌ରୁ ଆଉଟ୍‌ ହୋଇଯିବ। ତେଣୁ ଉଭୟ ଟିମ୍‌ର ଖେଳ ବରାବର ରହିବ।
ବାଂଲାଦେଶ ଟିମ୍‌: ସବ୍ବିର ରହମାନ, ମୁସଫିକର ରହିମ(ୱିକେଟ କିପର), ସାକିବ ଅଲ ହାସନ, ଅଫିଫ ହୁସେନ, ମହମ୍ମଦୁଲ୍ଲା, ମୋସାଡେକ ହୁସେନ, ମାହେଦି ହାସନ, ତସ୍କିନ ଅହମଦ, ମେହିଦୀ ହାସନ ର୍ମିଜା, ମୁସ୍ତାଫିଜୁର ରହମାନ, ଇବାଦତ ହୁସେନ।
ଶ୍ରୀଲଙ୍କା ଟିମ୍‌: ପଥୁମ ନିଶାଙ୍କା, କୁଶଲ ମେଣ୍ଡିସ, ଚରିଥା ଅସଲଙ୍କା, ଦନୁସ୍କା ଗୁଣତିଳକା, ଭାନୁକା ରାଜପକ୍ଷ, ୱାନିନ୍ଦୁ ହସରଙ୍ଗା, ଦସୁନ ଶଣକା, ଚାମିକା କରୁଣାରତ୍ନେ, ମହୀଶ ତିକଶାନା, ଦିଲସାନ ମଦୁଶଣକା ଓ ଅସିଥା ଫର୍ଣ୍ଣାଡୋ।