କାଲି ମିଳିଥିଲା ସନ୍ଦିଗ୍ଧ ବ୍ୟାଗ୍‌, ଆଜି ସେଥିରୁ ବାହାରିଲା ଏମିତି ଜିନିଷ

ଧର୍ମଶାଳା,୨୦।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା କୁମାରୀ କଲୋନୀରୁ ଦୁଇ ସନ୍ଦିଗ୍ଧ ବ୍ୟାଗରୁ ଗଞ୍ଜେଇ ଜବତ ହୋଇଛି। ଯାହାର ମୂଲ୍ୟ ପାଖା ପାଖି ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ସୁଚନା ମୁତାବକ କୁମାରୀ କଲୋନୀ ମଧ୍ୟରେ ଏକ ଘର ସମ୍ମୁଖରେ ଗୁରୁବାର ଦିନ ସନ୍ଦିଗ୍ଧ ଦୁଇ ବ୍ୟାଗ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇ ଥିଲେ। ପୋଲିସ ବ୍ୟାଗକୁ ଦେଖି ସନ୍ଦେହ ହେବାରୁ ବ୍ୟାଗ୍‌ରେ କ’ଣ ଅଛି ଏବଂ କିଏ ରଖିଛି ଜାଣିବା ପାଇଁ
ପାଖ ଦୁଇ ମହଲା କୋଠା ଉପରେ ଛକି ରହିଥିଲା । କିନ୍ତୁ କେହି ଏହା ପାଖକୁ ଆସି ନ ଥିବାରୁ ମଧ ରାତ୍ରରେ ପୋଲିସ ବ୍ୟାଗଟିକୁ ଜବତ କରିଥିଲା ଏବଂ ଏହି ବ୍ୟାଗରେ ଗଞ୍ଜେଇ ଥିବା ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି। ବ୍ୟାଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ କେହି ଜଣେ ମହିଳା ଏହି ଦୁଇଟି ବ୍ୟାଗ ନେଇ ପାଖ ଲୁଗା ଦୋକାନ ଗଳିରେ ଯାଇ ଏହାକୁ ରଖିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।