ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଶୁଭେଚ୍ଛା ଜଣାଇଛନ୍ତି। ମେଲୋନି ତାଙ୍କ ଏକ୍ସ ପୋଷ୍ଟରେ ମୋଦିଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି, ତାଙ୍କର ଶକ୍ତି ଓ ନିଷ୍ଠାକୁ “ପ୍ରେରଣାର ଉତ୍ସ” ବୋଲି କହିଛନ୍ତି। ଏକ ସେଲଫି ଫଟୋ ସହ ସେ ମୋଦୀଙ୍କୁ ସୁସ୍ଥତା ଓ ଭାରତ-ଇଟାଲୀ ସମ୍ପର୍କ ମଜବୁତ କରିବା ପାଇଁ ଶୁଭକାମନା ଦେଇଛନ୍ତି।
ଏହା ସହ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ କରି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ରମ୍ପ ୟୁକ୍ରେନ ଯୁଦ୍ଧ ସମାପ୍ତିରେ ମୋଦିଙ୍କ ସମର୍ଥନକୁ ପ୍ରଶଂସା କରି ଭାରତ-ଆମେରିକା ସମ୍ପର୍କ ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଓ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।