ନୂଆଦିଲ୍ଲୀ,୨୪।୨: ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ରୁମ୍ରେ ବସି ଏସିର ମଜା ନିଅନ୍ତି। କିନ୍ତୁ ସେଇ ଏସିରେ ଯଦି ଏକ ବିପଦଜନକ ପ୍ରାଣୀକୁ ଦେଖନ୍ତି ତେବେ ଭୟଭୀତ ହେବା ସ୍ବାଭାବିକ କଥା। ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ୭ ଫୁଟ ଲମ୍ବା ସାପ ଆରାମରେ ଏକ ଏସି ଉପରେ ବସିଥିବା ଦେଖାଯାଉଛି। ଭିଡିଓଟି ଲୋକଙ୍କୁ ଥରାଇ ଦେଇଛି। ଭାଇରାଲ ଭିଡିଓରେ ପ୍ରାୟ ୭ ଫୁଟ ଲମ୍ବା ସାପ ଏକ ଶୟନ କକ୍ଷର କାନ୍ଥରେ ଲାଗିଥିବା ଏକ ଏସି ଉପରେ ଗୁଡାଇ ହୋଇ ବସିଛି।
ରିପୋର୍ଟ ହୋଇଛି ଯେ,ରୁମ୍ରେ ଥିବା ଜଣେ ବ୍ୟକ୍ତି ହଠାତ୍ କିଛି ଅସାଧାରଣ ଗତିବିଧି ଲକ୍ଷ୍ୟ କଲେ। ନିକଟରୁ ଯାଞ୍ଚ କରିବା ପରେ ଜଣାପଡିଲା ଯେ, ଏହା କୌଣସି ତାର କିମ୍ବା କପଡା ନୁହେଁ, ବରଂ ଏକ ବଡ଼ ସାପ। ଏହା ଘଟଣାସ୍ଥଳେ ଆତଙ୍କ ସୃଷ୍ଟି କରିଥିଲା। ଭିଡିଓରେ ସାପଟି ଏସି ଉପରେ ବସିଛି, ଜିଭ ବାହାର କରି କହୁଛି।
ସୋସିଆଲ ମିଡିଆରେ ଭିଡିଓଟି ଅପଲୋଡ ହେବା ମାତ୍ରେ ଏହା ଭାଇରାଲ ହୋଇଗଲା। ହଜାର ହଜାର ୟୁଜର୍ସ ଏହାକୁ ଶେୟାର କରି କମେଣ୍ଟ ଦେଇଥିଲେ। ଦେଇଥିଲେ। ଭିଡିଓଟି @sirajnoorani ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି।