ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ଲୋକଙ୍କୁ ସ୍ତବ୍ଧ କରିଦିଏ କିମ୍ବା ପ୍ରଶଂସାରେ ପୋତି ପକାଇବାକୁ ବାଧ୍ୟ କରେ। କେତେବେଳେ ଜଣେ ବ୍ୟକ୍ତି ନିଜ ସାହସରେ ହୃଦୟ ଜିତିଥାଏ, ଆଉ କେତେବେଳେ ତାଙ୍କ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ଭାଇରାଲ ହେଉଥିବା ଭିଡିଓଟି ଠିକ୍ ଏକ ଉଦହାରଣ।
ଏଥିରେ ଜଣେ ଯୁବତୀ ତାଙ୍କ ଅଫିସରେ ଏତେ ବୁଦ୍ଧିମତା ଏବଂ ଶାନ୍ତ ସହିତ ଏକ ସାପକୁ ଧରିଥିଲେ ଯେ, ଦେଖଣାହାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଭିଡିଓରେ ଯୁବତୀ ଜଣକ ଅଫିସର ଏକ କୋଣକୁ ଯାଉଛନ୍ତି। ସେଠାରେ କମ୍ପ୍ୟୁଟର ଟେବୁଲ ପଛରେ ଏକ ସାପ ଲୁଚି ରହିଥିଲା। ଅନ୍ୟ କେହି ଭୟରେ ଚିତ୍କାର କରିଥାନ୍ତେ କିମ୍ବା ପଳାଇ ଯାଇଥାନ୍ତେ, କିନ୍ତୁ ଏହି ଯୁବତୀ ଜଣକ ଶାନ୍ତ ଏବଂ ଆତ୍ମବିଶ୍ୱାସୀ ଭାବରେ ସେ ଧିରେ ଧିରେ ତଳକୁ ନଇଁ ପଡ଼ି ହଠାତ୍ ହାତ ବଢ଼ାଇ ସାପର ଲାଞ୍ଜକୁ ଧରୁଛନ୍ତି।
ସେ ସାପକୁ ଯେଉଁଭଳି ଭାବରେ ଧରିଛନ୍ତି ତାହା କୌଣସି ବିଶେଷଜ୍ଞଙ୍କଠାରୁ କମ୍ ନୁହନ୍ତି। ସାପଟି ଅନେକ ଥର ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରୁଛି କିନ୍ତୁ ଯୁବତୀ ଜଣକ ବହୁ ସତର୍କତାର ସହ ସାପଟିକୁ ଧରିଛନ୍ତି। କିଛି ସେକେଣ୍ଡ ପାଇଁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେଉଛି। ସାପଟି ଖସିଯିବାକୁ ଚେଷ୍ଟା କରୁଛି କିନ୍ତୁ ଯୁବତୀ ଜଣକ ପୁଣି ସାପଟିକୁ ଧରି ନେଉଛନ୍ତି। ଶେଷରେ ସେ ସାପଟିକୁ ଏକ ବସ୍ତାରେ ରଖୁଛନ୍ତି ଏବଂ ସମସ୍ତଙ୍କ ସମ୍ମୁଖରେ ହସି ହସି ତାକୁ ଉଠାଇ ଅଫିସରୁ ବାହାରକୁ ଚାଲିଯାଉଛନ୍ତି।
ପରେ ଏହି ସାପଟିକୁ ଏକ ସୁରକ୍ଷିତ, ଜଙ୍ଗଲିଆ ଅଞ୍ଚଳରେ ନେଇ ଯୁବତୀ ଜଣକ ଛାଡ଼ି ଦେଉଛନ୍ତି। ଯାହା ଫଳରେ ମଣିଷ କିମ୍ବା ସାପ କାହାକୁ କ୍ଷତି ନ ପହଞ୍ଚୁ। ପୂରା ଅଫିସର କର୍ମଚାରୀ କରତାଳି ଦେଇ ଯୁବତୀଙ୍କ ଏପରି କାମକୁ ପ୍ରଶଂସା କରିଛନ୍ତି।
ଭିଡିଓ ଭାଇରାଲ ପରେ ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଶେୟାର କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପୁଅଙ୍କ ପାଖରେ ବି ଏତେ ସାହସ ନାହିଁ। ଅନ୍ୟ ଜଣେ ୟୁଜର ମଜା କରି ଲେଖିଛନ୍ତି, ‘ଯଦି ଏହା ମୋ ଅଫିସରେ ହୋଇଥାନ୍ତା, ମୁଁ ତୁରନ୍ତ ଛୁଟି ନେଇ ଘରକୁ ଦୌଡ଼ିଥାନ୍ତି।’ ସେହିପରି ଆଉ କିଛି ୟୁଜର କହିଛନ୍ତି, ଯୁବତୀ ଜଣକ ଅତ୍ୟନ୍ତ ଶାନ୍ତ ରହି ସାପ ଧରିଛନ୍ତି ସେଇଟା ଗୁରୁତ୍ୱପୂର୍ଣ୍ଣ, ଯାହା ବିପଦପୂର୍ଣ୍ଣ ପରିସ୍ଥିତିଠାରୁ ଢେର ଊର୍ଦ୍ଧ୍ୱରେ।