ଚପଲ ଭିତରେ ଛକିଥିଲା ସାପ, ମାରିଲା ଚୋଟ: ପରୀକ୍ଷାର ଶେଷ ଦିନରେ ଘଟିଗଲା..

ପୁରୁଷୋତ୍ତମପୁର,୧୩।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶୋଳଘର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛତ। ଶୁକ୍ରବାର ସାପ କାମୁଡି ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଶୁଭଶ୍ରୀ ପାଢୀ। ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଶୁଭଶ୍ରୀ ପରୀକ୍ଷାର ଶେଷ ଦିନରେ ଇଂରାଜୀ ପରୀକ୍ଷା ସାରି ମଧ୍ୟାହ୍ନ ଭୋଜନ ଖାଇ ସକାଳ ୧୧ଟା ସମୟରେ ଘରକୁ ଯିବା ଲାଗି ଚପଲ ପିନ୍ଧିବା ବେଳେ ସେହି ଚପଲ ମଧ୍ୟରେ ରହିଥିବା ଏକ ବିଷଧର ସାପ କାମୁଡି ଦେଇଥିଲା। ଫଳରେ ସେ ଠିଆହୋଇ କାନ୍ଦୁଥିବା ବେଳେ ସ୍କୁଲ ଶିକ୍ଷକ ଏହା ଦେଖି ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଶବର ପଚାରି ବୁଝିବା ସହ ଘର ଲୋକଙ୍କୁ ଖବରଦେଇ। ତାଙ୍କୁ ସଂଗେସଂଗେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମାତ୍ର ଅବସ୍ଥା ଗୁରୁତର ଥିବାରୁ ସେଠାରୁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 

Share