ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍ଆଇପି, ଅର୍ଥାତ ସିଷ୍ଟେମେଟିକ ଇନଭେଷ୍ଟମେଣ୍ଟ ପ୍ଲାନର ପ୍ରକୃତ ଶକ୍ତି ହେଉଛି ‘କମ୍ପାଉଣ୍ଡିଂ’, ଯେଉଁଥିରେ ଆପଣଙ୍କ ନିବେଶ ଉପରେ ମିଳୁଥିବା ସୁଧରୁ ମଧ୍ୟ ପରବର୍ତ୍ତୀ ସମୟରେ ସୁଧ ମିଳିଥାଏ।
କେତେ ମିଳେ ରିଟର୍ଣ୍ଣ?
ଯଦି ଆପଣ ପ୍ରତି ମାସରେ ୨୦୦୦ ଟଙ୍କାର ଏସ୍ଆଇପି କରନ୍ତି ଏବଂ ବାର୍ଷିକ ହାରାହାରି ୧୨% ରିଟର୍ଣ୍ଣ ମିଳେ, ତେବେ ୧୦ ବର୍ଷରେ ଆପଣଙ୍କ ଟଙ୍କା ପ୍ରାୟ ୪.୬୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ। ନିବେଶ ଯେତେ ଦୀର୍ଘ ହେବ, ସେତେ ଅଧିକ ବୃଦ୍ଧି ଦେଖାଯିବ। ୧୫ ବର୍ଷରେ ଏହି ରାଶି ପ୍ରାୟ ୯.୯୮ ଲକ୍ଷ ଏବଂ ୨୦ ବର୍ଷରେ ପ୍ରାୟ ୧୯.୮୬ ଲକ୍ଷ ଟଙ୍କାରେ ପର୍ଯ୍ୟନ୍ତ ପହଞ୍ଚିପାରେ।
ସମୟ ଯେତେ ବଢ଼େ, କମ୍ପାଉଣ୍ଡିଂ ଆପଣଙ୍କ ଟଙ୍କାକୁ ଦ୍ରୁତ ଗତିରେ ବଢ଼ାଇଥାଏ। ସେହିପରି, ଯଦି ଆପଣ ୨୫ ବର୍ଷ ପର୍ଯ୍ୟନ୍ତ ଲଗାତାର ଏସଆଇପି କରନ୍ତି, ତେବେ ୬ ଲକ୍ଷର ନିବେଶ ବଢ଼ି ପ୍ରାୟ ୪୦ ଲକ୍ଷ ହୋଇଯିବ। ୩୦ ବର୍ଷରେ ଏହି ରାଶି ପ୍ରାୟ ୮୦.୯୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବ। ଆଉ ଯଦି ଆପଣ ୩୨ ବର୍ଷ ପର୍ଯ୍ୟନ୍ତ ର୍ଧଯ୍ୟ ରଖନ୍ତି, ତେବେ ଏହି ଛୋଟ ଏସଆଇପି ଆପଣଙ୍କୁ ୧ କୋଟି ଟଙ୍କାର ଫଣ୍ଡ ଦେଇପାରେ।
ତେବେ୨୦୦୦ର ଏସ୍ଆଇପି କୌଣସି ବଡ଼ ରାଶି ନୁହେଁ, କିନ୍ତୁ ନିୟମିତତା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ନିବେଶ ଜାରି ରଖିବା ଦ୍ୱାରା ଏହା ଆପଣଙ୍କ ପାଇଁ ଏକ ବଡ଼ କର୍ପସ ପ୍ରସ୍ତୁତ କରିପାରେ। ଏହି କାରଣରୁ କୁହାଯାଏ ଯେ ଏସ୍ଆଇପି ଛୋଟ ନିବେଶକମାନଙ୍କୁ ମଧ୍ୟ କୋଟିପତି କରିପାରେ, କେବଳ ସର୍ତ୍ତ ହେଉଛି ଆପଣ ଏହାକୁ ବନ୍ଦ ନ କରିବା ପ୍ରତି ଧ୍ୟାନ ଦେବେ।