ସାମାନ୍ୟ ବଚସା ହେଲା କାଳ: ସାନର ଛୁରାମାଡ଼ରେ ବଡ଼ ଭାଇର ଗଲା ଜୀବନ

ମୋହନା,୧୧।୧୧(ମନ୍ମଥ ମିଶ୍ର): ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇ ମୃତ୍ୟୁ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ରେବିଡି ଗାଁରେ। ବଡ଼ ଭାଇ ଅଜ୍ୟମ ଦଳବେହେରା ଓ ସାନ ଭାଇ ସୁଦିପ ଦଳ ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସାନ ଭାଇ ଉତ୍ତ୍ୟକ୍ତ ହୋଇ ଏକ ଛୁରା ମାଧ୍ୟମରେ ବଡ଼ ଭାଇଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ। ଆର ଉଦୟଗିରି ଥାନା ଦାୟିତ୍ୱରେ ଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ଏତଦନ୍ତ ଜାରି ରଖିଥିବାବେଳେ ସାନ ଭାଇ ଫେରାର ଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମର ଶରୀର ପଡି ରହିଛି।

 

Dharitri – Odisha’s No.1 Odia Daily

 

Share