ଭେଣ୍ଡିଂ ଜୋନ୍‌ରେ ବସୁନାହାନ୍ତି ଉଠା ପରିବା ଦୋକାନୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଉଠା ପନିପରିବା ବେପାରୀମାନଙ୍କ ଲାଗି ବଡ଼ ବଜାର ଭାରତୀ ବିଦ୍ୟାପୀଠ ସମ୍ମୁଖ ଓ ସାନ ବଜାର ବ୍ଲକ ସମ୍ମୁଖରେ ଭେଣ୍ଡିଂ ଜୋନ ନିର୍ମାଣ କରିଛି ଏନ୍‌ଏସି ପ୍ରଶାସନ। କିନ୍ତୁ ସାନ ବଜାର ଭେଣ୍ଡିଂ ଜୋନ ଖାଲି ପଡୁଥିବା ବେଳେ ହାଇସ୍କୁଲ ସମୁଖରେ ଥିବା ଭେଣ୍ଡିଂ ଜୋନ୍‌ ଓ ତା’ ପାଖକୁ ଲାଗି ବିଶ୍ରାମାଗାରଠାରେ କିଛି ପନିପରିବା ବେପାରୀ ନିଜର ବ୍ୟବସାୟ କରୁଛନ୍ତି। ବସ୍‌କୁ ଅପେକ୍ଷା କରିବା ଲାଗି ଉଦ୍ଦିଷ୍ଟ ଯାତ୍ରୀ ବିଶ୍ରାମାଗାରଠାରେ ଦୈନଦିନ ପରିବା ବେପାରୀ କବ୍‌ଜା କରୁଥିବାରୁ ଯାତ୍ରୀମାନେ ଖରାରେ ଠିଆ ହୋଇ ବସ୍‌କୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟ ପଟେ ସହରରେ ଥିବା ସ୍ଥାୟୀ ପନିପରିବା ଦୋକାନୀମାନଙ୍କ ଦରଠାରୁ ଅଧିକ ଦରରେ ପନିପରିବା ବିକ୍ରି କରୁଛନ୍ତି କିଛି ଉଠା ପରିବା ବେପାରୀ। ଯାହାକୁ ନେଇ ଘୋର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ସହରରେ ଆଲୋଚନା ହେଉଛି। ଅନ୍ୟପଟେ ସବୁ ବେପାରୀ ଗୋଟିଏ ସ୍ଥାନରେ ବସୁଥିବାରୁ ପ୍ରବଳ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Share
Tags: vending zone