ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର ଭୋର ସମୟରେ ଏକ ବାଲି ବୋଝେଇ ହାଇୱା ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ତେବେ ଏହାର ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଆଗ କାଚ ଭାଙ୍ଗି ବାହାରିଥିଲେ । ସୂଚନା ମୁତାବକ ଧାର୍ଯ୍ୟ ଠାରୁ ଅତ୍ୟଧିକ ବାଲି ନେଇ ହାଇୱା ଗାଡ଼ି ବାଲି ଘାଟରୁ ବାଲି ଧରି ପରଜଙ୍ଗ ଅଞ୍ଚଳକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଖବରପାଇ ପରଜଙ୍ଗ ପୋଲିସ ପହଞ୍ଚି ହାଇୱା ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇ ଥିବା ସୂଚନା ମିଳିଛି।

Dharitri – The Largest & Most Trusted Odia Daily