ଗଜପତି,୩।୧୦(ପାରଳାଖେମୁଣ୍ଡି): ଗଜପତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାମ.ଉଦୟଗିରିରେ ଲଗାଣ ବର୍ଷାରେ ପାହାଡ ଧସି ଏକ ଅଘଟଣ ଘଟିଛି। ଗାଈ ଚରାଇବାକୁ ଯାଇଥିବାବେଳେ ପାହାଡ଼ ଧସି ପଥରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରା.ଉଦୟଗିରି ଥାନା ବସ୍ତ୍ରିଗୁଡ଼ା ଗ୍ରାମର ୫୭ ବର୍ଷୀୟ ତ୍ରିନାଥ ନାୟକ। ରାମ.ଉଦୟଗିରି ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବାବେଳେ ପୋଲିସ ମୃତ ଶରୀର ଜବତ କରିଛି ।