କବାଟ ତାଡ଼ି ଘରେ ପଶିଲେ: ହାତ ଗୋଡ ବାନ୍ଧି ….

ସିମୁଳିଆ,୬।୫(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତ ହରସିଂହପୁର ଅଞ୍ଚଳର ରାମଚନ୍ଦ୍ର ନାୟକଙ୍କ ଘର କବାଟ ତାଡି ଦୁର୍ବୃତ୍ତମାନେ ସୋମବାର ରାତିରେ ଲୁଟ୍‌ କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ସିମୁଳିଆ ପେlଲିସ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଥିଲେ ହେଁ କୌଣସି ଖବର ମିଳିପାରିନାହ।
ଚୋରି ସମ୍ପର୍କରେ ରାମଚନ୍ଦ୍ର କହନ୍ତି, ତାଙ୍କ ସ୍ତ୍ରୀ ବାସନ୍ତି ଓ ପୁଅ ପର୍ଶୁରାମ ଦୁଇଟି ଘରେ ଶୋଇଥିଲେ। ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ରୁ ଗୋଟାଏ ମଧ୍ୟରେ ମୁହଁରେ କପଡ଼ା ବାନ୍ଧି ୭ ଜଣ ଦୁର୍ବୃତ୍ତ ତାଙ୍କ ଘରର କବାଟ ଭାଙ୍ଗି ଭିତରକୁ ପଶି ଆସିଥିଲେ । ସେମାଙ୍କ ହାତରେ ବନ୍ଧୁକ ଓ ଭୂଜାଲି ଥିଲା । ପରେ ସେମାନେ ତାଙ୍କୁ ମାଡ ମାରିବା ସହିତ ସମସ୍ତଙ୍କ ହାତ ଗୋଡ ବାନ୍ଧି ପକାଇଥିଲେ । ପକ୍କାଘର ନିର୍ମାଣ ପାଇଁ ଥିବା ୫୦ହଜାର ଟଙ୍କା ସମେତ ରାମଚନ୍ଦ୍ରଙ୍କ ସ୍ତ୍ରୀ ବାସନ୍ତି ପିନ୍ଧିଥିବା ଓ ଘରେ ଥିବା ସମସ୍ତ ଗହଣା ଖୋଲି ନେଇଥିଲେ । ସିମୁଳିଆର ବିଭିନ୍ନ ଅଞ୍ଚଳରେ ଲଗାତର ଚୋରି ହେଉଥିଲେ ହେଁ ପୋଲିସ ଠାବ କରିନପାରିବା ସାଧାରଣରେ ଚିନ୍ତାର ବିଷୟ ହୋଇଛି ।

Share