ବାର୍ଡ ଫ୍ଲୁର ନୂଆ ରୂପ

ମାନେକା ଗାନ୍ଧୀ

ଏହି ଲେଖା ତୁମେ ପଢ଼ିବାବେଳକୁ ବାର୍ଡ ଫ୍ଲୁରେ ଲକ୍ଷ ଲକ୍ଷ କୁକୁଡ଼ା ମରି ଯାଇଥିବେ। କେତେକ ସ୍ବାଭାବିକ ଭାବେ ମରିଥିବେ ତ ଅନ୍ୟମାନଙ୍କୁ ବାଡେଇ କିମ୍ବା ଗଳାଚିପି ମରାଯାଇଥିବ। ପ୍ରକୃତରେ ଫ୍ଲୁ ଆକ୍ରାନ୍ତଙ୍କ ମଧ୍ୟରୁ ଖୁବ୍‌ କମ୍‌ କୁକୁଡ଼ାଙ୍କୁ ପୋଡ଼ି କିମ୍ବା ମାଟିରେ ପୋତି ମାରି ଦିଆଯାଏ। ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ କୁକୁଡ଼ାଙ୍କୁ କୁକୁଡ଼ା ଫାର୍ମ ମାଲିକ କମ୍‌ ଦାମ୍‌ରେ ବିକ୍ରି କରିଥାନ୍ତି, ଯାହାକୁ ତୁମେ କିଣି ଖାଇଥାଅ। ବାର୍ଡ ଫ୍ଲୁ ହେଲେ କୁକୁଡ଼ା ମାଂସରେ କିଛି ଫରକ୍‌ ପଡେନାହଁି ଓ ଏହାକୁ ରାନ୍ଧି ଖାଇଲେ ଶରୀରର କ୍ଷତି କରିବ ନାହିଁ ବୋଲି ଖବରକାଗଜଗୁଡ଼ିକରେ ପ୍ରକାଶିତ ତଥ୍ୟକୁ ନେଇ ତୁମମାନଙ୍କ ମଧ୍ୟରୁ ଅନେକେ ଯୁକ୍ତି ବାଢନ୍ତି। ଏ ଯୁକ୍ତିର କିଛି ମୂଲ୍ୟ ନାହିଁ। ଲୋକମାନଙ୍କୁ ମାଂସ ଯୋଗାଇ ଦେବାରେ ଦୁଇଟି ପାର୍ଟି ଆଗ୍ରହୀ ଥିତ୍ବା ଲକ୍ଷ୍ୟ କରାଯାଏ। ପ୍ରଥମେ କୁକୁଡ଼ା ଶିଳ୍ପ ପୂରା ଦେବାଳିଆ ନ ହେବା ଲକ୍ଷ୍ୟରେ କୁକୁଡ଼ା ବିକ୍ରି କରିଥାନ୍ତି ଓ ସେହି ମୃତ ରୋଗଣା କୁକୁଡ଼ାଗୁଡ଼ିକୁ ତୁମେ କିଣିବାରେ ଲାଗିଯାଅ। ଦ୍ୱିତୀୟ ପାର୍ଟି ହେଉଛି ସରକାରଙ୍କ ପଶୁପାଳନ ମନ୍ତ୍ରଣାଳୟ। ଏହା ଜଣାଇ ଦେବାକୁ ଚାହେଁ ଯେ,ଭାରତରେ ଅଧିକ କୁକୁଡ଼ା ଓ କଂସେଇଖାନା ରହିଛି। ଲୋକମାନେ ଯେତେ ଅଧିତ୍କ କୁକୁଡ଼ା ଖାଇବେ ମନ୍ତ୍ରଣାଳୟ ସେତେ ସଫଳ ବୋଲି ମନେକରେ। କେତେ ଲୋକ ଏହାକୁ ଖାଇ ରୋଗରେ ପଡୁଛନ୍ତି ସେ ତଥ୍ୟ ଜାଣିବା ଏମାନଙ୍କ ଅଧିକାର ନୁହେଁ। କୁକୁଡ଼ା ରୋଗଗ୍ରସ୍ତ ହୋଇଥାଆନ୍ତୁ କିମ୍ବା ହୋଇ ନ ଥାଆନ୍ତୁ, ଲୋକମାନେ ଏହାକୁ କେତେ କିଣୁଛନ୍ତି ତାହା ଜାଣିବା ଏମାନଙ୍କ ଅଧିକାର। ରୋଗଗ୍ରସ୍ତ ଲୋକମାନଙ୍କ ଚିକିତ୍ସା କରିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କାର୍ଯ୍ୟ। ସେଥିପାଇଁ ଏହି ଦୁଇ ପାର୍ଟି କେବେ ବି ଏଥିରେ ମୁଣ୍ଡ ଖେଳାନ୍ତି ନାହିଁ। ଏହି ସମୟରେ ପ୍ରକାଶିତ ପ୍ରତ୍ୟେକ ଆର୍ଟିକିଲ୍‌ ଦର୍ଶାଇବ ଯେ,କୌଣସି ଲୋକଙ୍କଠାରେ କେବେ ବି ବାର୍ଡ ଫ୍ଲୁ ଦେଖାଦେଇନି କି ପକ୍ଷୀଠାରୁ ମଣିଷଙ୍କୁ ଏହା ସଂକ୍ରମିତ ହୋଇପାରିବ ନାହିଁ । କିନ୍ତୁ ଏହି କଥାର ଆଦୌ ସତ୍ୟତା ନାହିଁ। ଯଦି ପକ୍ଷୀଠାରୁ ମଣିଷଙ୍କୁ ବାର୍ଡ ପ୍ଲୁ ସଂକ୍ରମିତ ହୁଏ ନାହିଁ,ତେବେ କାହିଁକି ଇନ୍‌ଫେକ୍ଟିୟସ ଆଣ୍ଡ୍‌ କଣ୍ଟାଜିନିୟସ୍‌ ଡିଜିଜ୍‌ ପ୍ରିଭେନ୍‌ଶନ ଆକ୍ଟ ୨୦୦୯ ଅନୁଯାୟୀ ପକ୍ଷୀଗୁଡ଼ିକୁ ମରାଯାଉଛି। ତୁମେ ଭାବୁଛ କି ପକ୍ଷୀଟିଏ ସଂକ୍ରମିତ ହେଲେ ସରକାର ତା’ଯନତ୍ ନେବେ? କେବେ ନୁହେଁ। ସେମାନଙ୍କ ନିଦ ସେତିକିବେଳେ ଭାଙ୍ଗିବ ଯେତେବେଳେ ପକ୍ଷୀଙ୍କଠାରୁ ଲୋକଙ୍କୁ ରୋଗ ସଂକ୍ରମିତ ହେବ। ୧୯୯୭ରେ ପ୍ରଥମେ ଏହା ୧୮ ଜଣଙ୍କଠାରେ ଦେଖାଯାଇଥିଲା। ଏମାନେ ହଂକଂର ଏକ ଜିଅନ୍ତା ପକ୍ଷୀ ମାର୍କେଟରେ କାମ କରୁଥିତ୍ଲେ। ସଂକ୍ରମିତ ୧୮ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଠାବ କରାଯାଇଥିବା ଏଚ୍‌୫ଏନ୍‌୧ ଷ୍ଟ୍ରେନ୍‌ ଏବେ ଭାରତରେ ଦେଖାଯାଇଥିବା ଭୂତାଣୁ ସହ ସମାନ, ଯାହା ଅଧିକ କୁକୁଡ଼ାଙ୍କ ମୃତ୍ୟୁର କାରଣ ହେଉଛି।
ଦେଶ ସାରା ବାର୍ଡ ଫ୍ଲୁ ବ୍ୟାପିଯାଇଛି। ହିମାଚଳପ୍ରଦେଶଠାରୁ ଆରମ୍ଭ କରି କେରଳ ଯାଏ ସବୁଠି ଲକ୍ଷ ଲକ୍ଷ କୁକୁଡ଼ା ମାରି ଦିଆଯାଉଛି। ତୁମକୁ ଭୟରେ ଥରହର କରୁଥିତ୍ବା କୋଭିଡ୍‌ ଭଳି ଏହା ମଧ୍ୟ ଏକ ସଂକ୍ରମଣକାରୀ ପ୍ଲୁ ଡିଜିଜ୍‌ (ବାର୍ଡ ଇନ୍‌ଫ୍ଲୁଏଞ୍ଜା)। ଇନ୍‌ଫ୍ଲୁଏଞ୍ଜା ଟାଇପ୍‌-ଏ ଭାଇରସ୍‌ର ବହୁ ପ୍ରକାର ଷ୍ଟ୍ରେନ୍‌ ରହିଛି। ପ୍ରଥମେ ଭାରତକୁ ଆସିଲାବେଳେ ଏହା ଥିଲା ଏଚ୍‌୧ଏନ୍‌୧। ୧୪ ବର୍ଷ ପରେ ଏହାର ପରିବର୍ତ୍ତିତ ରୂପକୁ ଏବେ ଏଚ୍‌୫ଏନ୍‌୧ ଏବଂ ଏଚ୍‌୮ଏନ୍‌୧ ବୋଲି କୁହାଯାଉଛି। ସେଫିଲ୍‌କୁ ଯେମିତି ବିଦେଶୀମାନଙ୍କ ରୋଗ କୁହାଯାଉଛି, ସେମିତି ସବୁ ଦେଶର ସରକାର ବିଶ୍ୱାସ କରୁଛନ୍ତି ଯେ,ବାର୍ଡ ଫ୍ଲୁ ବିଦେଶରୁ ସେମାନଙ୍କ ଦେଶକୁ ପକ୍ଷୀମାନଙ୍କ ଦ୍ୱାରା ଆସୁଛି। ସେମାନଙ୍କ ଧାରଣା ଯେ,ବହିରାଗତ ସଂକ୍ରମିତ ପକ୍ଷୀମାନେ କୁକୁଡ଼ା ଫାର୍ମଗୁଡିକ ଉପରେ ମଳତ୍ୟାଗ କରିବା ଦ୍ୱାରା ଏହି ରୋଗ ବ୍ୟାପୁଛି। ସେହି ସବୁ ଦେଶରେ କେବେ ବି ବାର୍ଡ ଫ୍ଲୁ ହୋଇ ନ ଥାଇପାରେ,କିନ୍ତୁ ସେଠାରୁ ପକ୍ଷୀଗୁଡ଼ିକ ଭାରତକୁ ଆସିଲେ ସେମାନଙ୍କଠାରେ ଏହି ଭୂତାଣୁ ଦେଖାଯାଉଛି! ମୋତେ ଲାଗୁଛି କୁକୁଡ଼ା ଫାର୍ମଗୁଡ଼ିକରୁ ବହିରାଗତ ପକ୍ଷୀମାନଙ୍କୁ ଏହି ଭୂତାଣୁ ଯାଉଥିତ୍ବାର ଅଧିକ ସମ୍ଭାବନା ରହିଛି। ଫାର୍ମରେ ଥିତ୍ବା କୁକୁଡ଼ାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ନ ଥିବାରୁ ସେମାନେ ମରିଯାଉଛନ୍ତି। ଆମେରିକାର ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ (ସିଡିସି) ଅନୁସାରେ କୁକୁଡ଼ାମାନଙ୍କଠାରେ ଦେଖାଦେଇଥିବା ଏଚ୍‌୫ଏନ୍‌୧ ଭାଇରସ୍‌ର ପେଣ୍ଠସ୍ଥଳ କୁହାଯାଉଥିବା ୬ଟି ଦେଶ ମଧ୍ୟରେ ଭାରତ ରହିଛି ଶୀର୍ଷରେ। ଅନ୍ୟ ଦେଶଗୁଡ଼ିକ ହେଉଛନ୍ତି ଚାଇନା, ବାଂଲାଦେଶ, ଭିଏତ୍‌ନାମ, ଇଣ୍ଡୋନେସିଆ ଏବଂ ଇଜିପ୍ଟ। ଏହି ସବୁ ଦେଶରେ କୁକୁଡ଼ାମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏମାନଙ୍କୁ କାହିଁକି ଏଭଳି ରଖାଯାଇଛି ଓ ଏମାନେ କାହିଁକି ଶୀଘ୍ର ବାର୍ଡ ଫ୍ଲୁର ଶିକାର ହେଉଛନ୍ତି ତାହା ବି ବୁଝିହେଉ ନାହିଁ।
ଭାରତର କୁକୁଡ଼ାଫାର୍ମଗୁଡ଼ିକ ପୃଥିତ୍ବୀର ନର୍କ ସଦୃଶ। ଏଠାରେ କୁକୁଡ଼ାମାନଙ୍କୁ ଅସ୍ବାସ୍ଥ୍ୟକର ଛୋଟ ପିଞ୍ଜରାରେ ରଖାଯାଇଥାଏ,ଯେଉଁଠି ଏମାନେ ଭଲ ଭାବେ ଚଳପ୍ରଚଳ ହୋଇପାରନ୍ତି ନାହିଁ। ଏମାନଙ୍କ ଥଣ୍ଟ ଓ ପଞ୍ଝା କାଟିଦିଆଯାଏ ,ଶରୀର ସାରା କ୍ଷତ ହୋଇଥାଏ। ଅନେକଙ୍କଠାରେ ଏନ୍‌ସେଫାଲୋମାଇଲିଟିସ,ଚିକେନ ଆନେମିଆ ଭାଇରସ୍‌ ଇନ୍‌ଫେକସନ, କ୍ଲେମାଇଡିୟୋସିସ୍‌, ଇନ୍‌ଫେକ୍ଟିୟସ ବ୍ରୋଙ୍କାଇଟିସ, ଇନ୍‌ଫେକ୍ଟିୟସ ବର୍ସଲ ଡିଜିଜ୍‌, ଇନଫେକ୍ଟିୟସ କୋରାଇଜା, ଇନ୍‌ଫେକ୍ଟିୟସ ଲାରିଙ୍ଗଜୋଟ୍ରାକିଟିସ୍‌, ଟିକ୍‌ ଫିଭର କିମ୍ବା ସ୍ପାଇରୋଚେଟୋସିସ୍‌, ଆଭିୟାନ ଲ୍ୟୁକୋସିସ୍‌ ଆଦି ରୋଗ ଦେଖାଯାଇଥାଏ। ଏମାନଙ୍କର ସବୁବେଳେ ପତଳା ଝାଡ଼ା ଲାଗିରହେ। କୋସିଡିଆ ପାରାସାଇଟ୍‌ ସଂକ୍ରମିତ ହୋଇ ଅନେକଙ୍କର ପତଳାଝାଡ଼ାରେ ରକ୍ତ ପଡ଼େ। ଅଧିକାଂଶ କୁକୁଡ଼ା ବହୁ କଷ୍ଟରେ ଚାଲନ୍ତି ଏବଂ ଅନେକଙ୍କର ଅସ୍ଥି ଦୁର୍ବଳ ଥାଏ । ଏମାନଙ୍କ ଶରୀର ସାରା ଭାତୁଡ଼ି ଦେଖିବାକୁ ମିଳେ ଏବଂ ଆଖିରୁ ଏକ ପ୍ରକାର ଘନ ତରଳ ବାହାରେ ଏବଂ ବେକ ଓ ଗୋଡରେ ଥିବା ବ୍ରଣଗୁଡ଼ିକରେ ପୂଯ ଭରି ରହିଥାଏ। ଅନେକ ଡାଇବେଟିସ କିମ୍ବା ଯକ୍ଷ୍ମାରେ ପୀଡିତ ଥାଆନ୍ତି ଓ ଫାର୍ମରେ ପରିବ୍ୟାପ୍ତ ବିଷାକ୍ତ ଆର୍ଦ୍ରବାୟୁ ଗ୍ରହଣ କରିଥାନ୍ତି ଏବଂ ଶୁଖିତ୍ଲା ମଳର ଦୁର୍ଗନ୍ଧକୁ ବି ନିଃଶ୍ୱାସରେ ନିଅନ୍ତି। ଭିଟାମିନ ଏ’ ଏବଂ ମାଙ୍ଗାନିଜ ଅଭାବରୁ କୁକୁଡ଼ାମାନଙ୍କ ଆଖି ଫୁଲି ଯିବା ସହ ଛୋଟେଇ ଛୋଟେଇ ଚାଲିଥାଆନ୍ତି। ଏମାନେ କାଶନ୍ତି ଓ ଛିଙ୍କନ୍ତି। ଏମାନଙ୍କ ଶରୀରରେ ରାଉଣ୍ଡ ଓ୍ବର୍ମ ଓ ଟେପ୍‌ ଓ୍ବର୍ମ ରହିଥାନ୍ତି, ଲୋମରେ ଉକୁଣି ଓ ପୋକ ଭର୍ତ୍ତି ହୋଇଥାନ୍ତି। ଏହି କୁକୁଡ଼ାମାନେ ଆଣ୍ଟିବାୟୋଟିକ୍ସରେ ହିଁ ବିଞ୍ଚନ୍ତି ଏବଂ କରତଗୁଣ୍ଡ ମିଶା ଶୁଖିଲା ଖାଦ୍ୟ ଖାଇଥାନ୍ତି। ଅନେକ ସମୟରେ ହାର୍ଟ ଆଟାକ୍‌ରେ ଏମାନଙ୍କର ମୃତ୍ୟୁ ହୋଇଥାଏ। ସମୟେ ସମୟେ କୁକୁଡ଼ା ସଂକ୍ରାମକ ବସନ୍ତ ଏବଂ ହଇଜା କିମ୍ବା ରାନିକେତ ଡିଜିଜ୍‌ରେ ପୂରା ପଦା ହୋଇଯାଆନ୍ତି। କେମିତି ଭାବୁଛନ୍ତି, ଏହି ରୋଗଣାକୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ହେଉ ନ ଥିବ।
କୁକୁଡ଼ା ଫାର୍ମଗୁଡ଼ିକର କର୍ମଚାରୀମାନେ ବାର୍ଡ ଫ୍ଲୁରେ ପୀଡିତ ହୁଅନ୍ତି। ଯେମିତି କୋଭିଡ୍‌ ଆରମ୍ଭ ହୋଇ ସଂକ୍ରମିତ ହେଲା ଠିକ୍‌ ସେମିତି ଏହା ସଂକ୍ରମିତ ହୋଇଥାଏ। ଯେଉଁମାନେ ସଂକ୍ରମିତ କୁକୁଡ଼ାଙ୍କ ମାଂସ ଓ ଅଣ୍ଡା ଖାଆନ୍ତି, ସେମାନେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥାନ୍ତି। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପ୍ରକାଶ କଲା ଯେ, ମାଂସକୁ ୬୦ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ତାପମାତ୍ରାରେ ରୋଷେଇ କରି ଖାଇଲେ ଫ୍ଲୁ ଭାଇରସ୍‌ରେ ସଂକ୍ରମିତ ହେବାର କୌଣସି ପ୍ରମାଣ ନାହିଁ। କିନ୍ତୁ କହିବାକୁ ଭୁଲିଗଲା ଯେ, ରୋଷେଇ ଘରଯାଏ ମାଂସକୁ କିପରି ଅଣାଯାଏ। ତୁମେ କଞ୍ଚା କୁକୁଡ଼ା ମାଂସ ରାସ୍ତାକଡ଼ ଦୋକାନରୁ କିଣି ହାତରେ ଧରିଥାଅ। ଫ୍ରିଜ୍‌ ତଥା ବିଭିନ୍ନ ବାସନରେ ରଖିଥାଅ। ଏଗୁଡିକୁ ଡବ୍ଲ୍ୟୁଏଚ୍‌ଓ ସ୍ଥିରୀକୃତ ତାପମାତ୍ରାରେ ଫୁଟନ୍ତା ପାଣିରେ ନ ଧୋଇ ଟ୍ୟାପ୍‌ ପାଣିରେ ଧୁଆଯାଏ। ତାହାକୁ କାଟି ଏକାଠି କରିବା ପରେ ରନ୍ଧାଯାଏ। ସେତେବେଳକୁ ଭାଇରସ୍‌ ବହୁ ଜାଗାରେ ରହିଯାଆନ୍ତି ଏବଂ ତୁମେ ଏହାର ବାହକ ହୋଇପାର।
ଏପରି କି ଡବ୍ଲ୍ୟୁଏଚ୍‌ଓ ତା’ପୂର୍ବ ସ୍ବର ଦୁର୍ବଳ କରିବା ସହ ସତର୍କ କରିଦେଇଛି ଯେ, ଏବେ ବାର୍ଡ ଫ୍ଲୁର ଯେଉଁ ନୂଆ ପରିବର୍ତ୍ତିତ ଭାଇରସ୍‌ ଦେଖାଦେଇଛି ତାହା ଆଉ ଏକ ମାହାମାରୀ ଆଣିପାରେ। ମଣିଷଙ୍କ ପାଇଁ ଏଚ୍‌୫ଏନ୍‌୧ ଭୂତାଣୁ ଭାରି ସାଂଘାତିକ ବୋଲି ପ୍ରମାଣ ମିଳିସାରିଲାଣି। ବାର୍ଡ ଫ୍ଲୁ ଯେବେ ମଣିଷଙ୍କୁ ସଂକ୍ରମିତ ହୁଏ, ତାହା ଶ୍ୱାସନଳୀକୁ ପ୍ରଭାବିତ କରିଥାଏ ଓ ଏ ସମ୍ପର୍କିତ ରୋଗ ସୃଷ୍ଟି କରେ। କୋଭିଡ୍‌-୧୯ ଭାଇରସ୍‌ରେ ଯେଭଳି ଜଣଙ୍କଠାରେ ଆକ୍ୟୁଟ ରେସ୍‌ପିରେଟୋରି ଡିସ୍‌ଟ୍ରେସ ସିଣ୍ଡ୍ରୋମ ଲକ୍ଷଣ ଦେଖାଯାଏ ଠିକ୍‌ ସେମିତି ଏଚ୍‌୫ଏନ୍‌୧ ଭୂତାଣୁ କ୍ଷେତ୍ରରେ ଦେଖାଯାଇଥାଏ। ତୁମଠାରେ ଏହି ଭୂତାଣୁ ପ୍ରଭାବରେ ଜ୍ୱର, କାଶ ଓ ଗଳାଫୁଲା ସମସ୍ୟା ଦେଖାଦେବ। ପେଟ ଯନ୍ତ୍ରଣା ହେବା ସହ ପତଳା ଝାଡ଼ା ଆରମ୍ଭ ହୋଇଯିବ। ଏସବୁ ଲକ୍ଷଣ ଠିକ୍‌ କୋଭିଡ୍‌-୧୯ ଲକ୍ଷଣ ସହ ସମାନ। ଭାରତରେ ଏହାର ପରୀକ୍ଷା କରାଯାଇନାହିଁ। ତୁମଠାରେ କୋଭିଡ୍‌ କିମ୍ବା ବାର୍ଡ ଫ୍ଲୁ ରହିଛି କି ନାହିଁ ତାହା ଜାଣିବାକୁ ଏବେ ସରକାରୀ ପରୀକ୍ଷାଗାରଗୁଡ଼ିକ ପରୀକ୍ଷା ଆରମ୍ଭ କରୁଛନ୍ତି। ଏଚ୍‌୫ଏନ୍‌୧ ଭୂତାଣୁ ସଂକ୍ରମଣ ପାଇଁ କୌଣସି ଟିକା କି ଚିକିତ୍ସା ନାହିଁ। ଏଣୁ ନିଜକୁ ରକ୍ଷା କରନ୍ତୁ। କୁକୁଡ଼ା ମାଂସ କିମ୍ବା ଅଣ୍ଡା ଖାଆନ୍ତୁ ନାହିଁ। ରାସ୍ତା କଡ଼ରେ ବେଆଇନ ଭାବେ ଖୋଲା ଯାଇଥିବା ମାଂସ ଦୋକାନ ବନ୍ଦ କରାଯାଉ, ଯେମିତି ମୁଁ ମୋ ନିର୍ବାଚନ ମଣ୍ଡଳୀରେ ବନ୍ଦ କରିସାରିଛି।
Email: gandhim@nic.in