ବରଗଡ଼ରେ ଚାଞ୍ଚଲ୍ୟ: ହାତୁଡିରେ ପିଟିପିଟି ମହିଳାଙ୍କୁ ହତ୍ୟା

ବରଗଡ଼, ୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ମହାରାଜା ଗଳି ନିକଟରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ହାତୁଡିରେ ପିଟିପିଟି ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ, ସୁବାଷିନୀ ସେଠ(୫୪)। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହିତ ଏହି ହତ୍ୟା ମାମଲାର ଅଭିଯୁକ୍ତ କୁହାଯାଉଥିବା ମୃତ ମହିଳାଙ୍କ ଜଣେ ସମ୍ପର୍କୀୟ ପୁତୁରାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।