ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗୁରୁତର ଆହତ ହୋଇଛନ୍ତି। ଜାନୁଆରୀ ୩ରେ ହେବାକୁ ଥିବା ମାରିଆଙ୍କ ବିବାହ ସ୍ଥଗିତ ରଖାଯାଇଛି।
ମେସିଙ୍କ ଭଉଣୀ ସୋଲଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ତାଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। ସୌଭାଗ୍ୟବଶତଃ ସେ ସୁରକ୍ଷିତ ଏବଂ ବିପଦମୁକ୍ତ। ମାରିଆ ସୋଲ ହେଉଛନ୍ତି ମେସିଙ୍କ ସାନ ଭଉଣୀ।
ମେସିଙ୍କ ଭଉଣୀ ଜାନୁଆରୀ ୩ରେ ଇଣ୍ଟର୍ ମିଆମି ପ୍ରଶିକ୍ଷକ ଜୁଲିଆନ ଟୁଲି ଆରେଲାନୋଙ୍କୁ ବିବାହ କରିବାର କାର୍ଯ୍ୟକ୍ରମ ଥିଲା। ମେସି ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ସେ କିଛି ଦିନ ପୂର୍ବରୁ ତିନି ଦିନ ପାଇଁ ଭାରତ ଆସିଥିଲେ।