ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରାଯାଇଛି। ଗୁରୁତର ଯୁବକ ଜଣଙ୍କ ଜୟପୁରାକାଟେଣୀ ପଞ୍ଚାୟତ ସିଆରିମାଳିଆ ଗ୍ରାମର ପ୍ରଦୀପ ବେହେରା। ପ୍ରଦୀପ ଢାବାକୁ ଖାଇବାକୁ ଯାଉଥିବାବେଳେ ବାଟରେ ଅଟକାଇ ୪ ଜଣ ଦୃର୍ବୁତ୍ତ ତାଙ୍କୁ ଅସଭ୍ୟ ଭାଷା ସହିତ ଜାତିଆଣ ଆକ୍ଷେପ କରି ମାଡ଼ ମାରିବା ସହ ଏକ ଖଣ୍ଡାରେ ଆକ୍ରମଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଗୁରୁତର ଭାବେ ତାଙ୍କୁ ପରିବାର ଲୋକେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେପଟେ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି କାମାକ୍ଷାନଗର ପୋଲିସ।

 

Dharitri – Odisha’s No.1 Odia Daily