ଅଙ୍ଗନଓ୍ବାଡି ଛାତରେ ପଡ଼ିଛି ନାବାଳକଙ୍କ ମୃତଦେହ

ଯୋଡା,୧୦।୮(ମାନସ ମହାନ୍ତି): ଯୋଡ଼ା ଥାନା ବିଲେଇପଦା ସ୍ଥିତ ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପରୁ ନା’ବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ସନ୍ଦେହ କରାଯାଉଛି। ମୃତକ ବିଲେଇପଦା ମୁଣ୍ଡା ସାହିର ଗୋବିନ୍ଦ ବବୋଙ୍ଗାଙ୍କ ୭ ବର୍ଷର ପୁଅ ଅରୁଣ ବବୋଙ୍ଗା। ମୃତଦେହ ଉଦ୍ଧାର କରି ଯୋଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି।