ପାଟଣା,୨୯।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ପାଟଣା-କେନ୍ଦେଇପଶି ରାସ୍ତା ରାଣା ଟ୍ରେଡର୍ସ ନିକଟରେ ଏକ ବୁଲା କୁକୁର କାମୁଡ଼ାରେ ୯ ବର୍ଷର ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ନାବାଳକ ଜଣକ ହେଉଛନ୍ତି କାବୁଲି ବେହେରାଙ୍କ ପୁଅ ପଥ୍ବୀରାଜ ବେହେରା(୯)। ସୂଚନା ଯେ, କାବୁଲି ପାଟଣା ବଜାରରେ ଏକ ହାର୍ଡ ୱେୟାର ଦୋକାନ କରିଛନ୍ତି। ପଥ୍ବୀରାଜ ଘର ନିକଟରେ ଥିବା ଦୋକାନରୁ ଖାତା କିଣି ଘରକୁ ଫେରୁଥିବା ବେଳେ ଏକ ବୁଲା କୁକୁର ତାଙ୍କୁ ହଠାତ୍ ଆକ୍ରମଣ କରିଥିଲା। କୁକୁରଟି ତାଙ୍କ ଡାହାଣ ଗୋଡର ୨ଟି ସ୍ଥାନ କାମୁଡି କ୍ଷତ ବିକ୍ଷତ କରି ଦେଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ପାଟଣା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
\