ପ୍ରେମିକାଙ୍କୁ ଭେଟିବାକୁ ଯାଇ ବାର୍‌ହା ଫାଶରେ ପଡ଼ିଗଲେ ନାବାଳକ ପ୍ରେମିକ: ଆଉ ତା’ପରେ ଘଟିଲା…

କୋରାପୁଟ,୨୫।୧୦(ଅମିତାଭ ବେହେରା): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଅଲିଗାଁ ସ୍କୁଲ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାକୁ ଦେଖା କରିବାକୁ ଯାଇଥିବାବେଳେ ବାରହା ଫାଶରେ ପଡ଼ି ପ୍ରେମିକାଙ୍କ ଜୀବନ ଯାଇଛି।

ସୂଚନାଯୋଗ୍ୟ, ଅଲିଗାଁ ସ୍କୁଲ ଜଙ୍ଗଲରେ ଥିବା ଏକ ଜମିରେ ବାରହା ଶିକାର ପାଇଁ ବିଦ୍ୟୁତ ଫାଶ ବିଛାଯାଇଥିଲା। ଏହି ସମୟରେ ଯୁକ୍ତ ଦୁଇରେ ପଢୁଥିବା ନାବାଳକ ଜଣଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇଥିବାବେଳେ ଏହି ଫାଶ ସଂସ୍ପର୍ଶରେ ଆସିଥିଲେ। କରେଣ୍ଟ ଲାଗିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରାଯାଇଥିଲା।

 

Dharitri – Odisha’s No.1 Odia Daily