ନାବାଳିକାଙ୍କୁ ଅପହରଣ କରିନେଇଥିଲେ ନାବାଳକ: ଜଣାପଡ଼ିବା ପରେ ଘଟିଲା…

ଦେବଗଡ଼,୮।୧୧(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ନାବାଳକ ଗିରଫ। ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅପହୃତା ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅପହରଣ କରିଥିବା ୧୭ ବର୍ଷର ନାବାଳକକୁ ଗିରଫ କରି ଦେବଗଡ କିଶୋର ନ୍ୟାୟ ପରିଷଦରେ ଉପସ୍ଥାପନ କରାଯାଇଥିବାବେଳେ ରାଉରକେଲାସ୍ଥିତ ବାଲ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଏକ ଗ୍ରାମର ଜଣେ ୧୬ ବର୍ଷର ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିବା ନାବାଳିକାଙ୍କ ବାପା ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରିଆମାଳ ଥାନାରେ ଗତ ୩ ତାରିଖ ଏକ ଅପହରଣ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅପହୃତା ନାବାଳିକାଙ୍କୁ ଉଦ୍ଧାର ପରେ ପଚରାଉଚୁରା କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ନାବାଳକ ପ୍ରେମିକଙ୍କୁ କିଶୋର ନ୍ୟାୟ ପରିଷଦରେ ଉପସ୍ଥାପନ କରାଯାଇଥିବା ବେଳେ ରାଉରକେଲାସ୍ଥିତ ବାଲ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily