(FILES) In this file photo the Facebook logo is displayed on a mobile phone screen photographed on coronavirus COVID-19 illustration graphic background on March 25, 2020 in Arlington, Virginia. - Researchers on April 20, 2020 unveiled a coronavirus "heat map" powered by Facebook data which is aimed at helping track the spread of the disease and plan for reopening society. The Carnegie Mellon University project offers "real-time indications of COVID-19 activity not previously available from any other source," according to a university statement. (Photo by Olivier DOULIERY / AFP)
ବରଗଡ଼ ଅଫିସ,୩ା୭: ବରଗଡ଼ ଜିଲା ଅତାବିରାରେ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ସେ ଜଣେ ଡାକ୍ତରଙ୍କ ସ୍ତ୍ରୀ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ଜଣଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାକୁ ନେଇ ଅତାବିରା ତହସିଲଦାର ହୃଦାନନ୍ଦ ଅଢା ଏତଲା ଦେବା ପରେ ପୋଲିସ ସ୍ଥାନୀୟ ଆର୍ଏମ୍ସିପଡ଼ାର ପ୍ରହଲ୍ଲାଦ ଉର୍ମା(୪୫)ଙ୍କ ବିରୋଧରେ କେସ୍ ନଂ ୧୩୮/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ବୋଲି ଶୁକ୍ରବାର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମହାମାରୀ କରୋନାରେ ସଂକ୍ରମିତ କିମ୍ବା ମୃତକଙ୍କ ଉପରେ ସରକାରୀ ଭାବେ ଘୋଷଣା କରା ନ ଯିବା ପର୍ଯ୍ୟନ୍ତ ସେ ସମ୍ପର୍କିତ ତଥ୍ୟ, ଖବର ପ୍ରକାଶନ ଉପରେ କଟକଣା ରହିଛି। ସେହିପରି ସଂକ୍ରମିତ, ମୃତକଙ୍କ ଉପରେ ନାମ ତଥା ବିସ୍ତୃତ ତଥ୍ୟ ଦେବାକୁ ବାରଣ କରାଯାଇଛି। କିନ୍ତୁ କେତେକ ଅମାନିଆ ଏହାକୁ ଉଲ୍ଲଂଘନ କରି ଚାଲିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।