ଘରେ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ଜଣେ ଗିରଫ

ଦାରିଙ୍ଗବାଡ଼ି,୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ଜବତ କରିବା ସହ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିଜଣଙ୍କ ଉକ୍ତ ଥାନା ମହାଗୁଡ଼ି ଗ୍ରାମର ନିରଞ୍ଜନ କପାଟପାତ୍ର ବୋଲି ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି। ନିରଞ୍ଜନଙ୍କ ନାମରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ କେସ୍‌ ନଂ ୪୨/୨୪ରେ ଏକ ମାମଲା ରୁଜୁକରି ତଦନ୍ତ କରାଯାଉଥିବା ପୋଲିସ କହିଛି। ତେବେ ନିରଞ୍ଜନ କୁଆଡ଼େ ନିଜ ଚାଷ ଜମିରେ ବାର୍‌ହା ଫସଲ ନଷ୍ଟ କରିଦେଉଥିବାରୁ ସେ ଦେଶୀ ବନ୍ଧୁକ ବ୍ୟବହାର କରୁଥିବା ପୋଲିସକୁ କହିଛନ୍ତି। ତେବେ କେବେଠାରୁ ସେ ଏହି ଶିକାର କରିବା ପାଇଁ ଦେଶୀ ବନ୍ଧୁକ ବ୍ୟବହାର କରୁଥିଲେ ଓ ଦେଶୀ ବନ୍ଧୁକ କୋଉଠୁ ସେ ଆଣିଲେ ଏସବୁର ତଦନ୍ତ କରାଯାଉଥିବା ପୋଲିସ ତଦନ୍ତ କରୁଥୁବା କହିଛି।

Share
Tags: gun