ଦିଗପହଣ୍ଡିରେ ମାତିଛି ପାଗଳା କୁକର, ଲୋକେ ଆତଙ୍କିତ

ଦିଗପହଣ୍ଡି, ୧୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପାଗଳା କୁକୁର କାମୁଡିବା ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି। ଦିଗପହଣ୍ଡି ପନ୍ଦରା ସାହିର ଟେକ୍ନିସିୟନ ନିଗମ ପ୍ରସାଦ ପଣ୍ଡା ଏକ ଔଷଧ ଦୋକାନ ସମ୍ମୁଖରେ ନିଜ ବାଇକ ରଖୁଥିବା ବେଳେ ଅଚାନକ ଏକ ପାଗଳା କୁକୁର ଆସି ତାଙ୍କ ବାମ ଗୋଡ଼କୁ କାମୁଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ସେ ମେଡ଼ିକାଲକୁ ଯାଇ ଚିକିତ୍ସିତ ହେବା ସହ ପ୍ରତିଷେଧକ ଇଞ୍ଜେକସନ ନେଇଥିବା ଜଣାପଡ଼ିଛି। ତେବେ ପାଗଳା କୁକୁରଟି ଅଧିକ ଲୋକଙ୍କୁ କାମୁଡିବା ସମ୍ଭାବନା ରହିଥିବାରୁ ସ୍ଥାନୀୟ ଏନ୍ଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

Share