ଗୁଜୁରାଟ,୨୧।୧୦: ଗୁଜୁରାଟର ଜୁନାଗଡ଼ ଜିଲାରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଘର ବାହାରେ ଠିଆ ହୋଇଥିବା ଏକ ଛୋଟ ପିଲାକୁ ହଠାତ୍ ଜଙ୍ଗଲରୁ ଆସିଥିବା ଏକ ସିଂହ ଆକ୍ରମଣ କରିବାକୁ ଦୌଡ଼ି ଆସିଥିଲା।
କିନ୍ତୁ ପିଲାଟି ପାଖରେ ଥିବା ଏକ ଗାଈ ଦୌଡ଼ି ଆସି ସିଂହ ସାମ୍ନାରେ ଠିଆ ହୋଇଯାଇଥିଲା। ଗାଈଟି ସିଂହକୁ ଟକ୍କର ମାରି ତାକୁ ସେଠାରୁ ଦୂରକୁ ଘଉଡ଼ାଇ ଦେଇଥିଲା, ଫଳରେ ପିଲାଟିର ଜୀବନ ବଞ୍ଚିଯାଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ ରେକର୍ଡ ହୋଇଛି।
ଭିଡିଓଟି ଏବେ ଲୋକଙ୍କ ମଧ୍ୟରେ ଭୟ ଓ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ତେବେ ଏହି ଭିଡିଓଟି ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (AI) ସାହାଯ୍ୟରେ ତିଆରି କରାଯାଇଛି ଏବଂ ଏହାକୁ ଅନେକ ଲୋକ ସତ ବୋଲି ଭାବୁଛନ୍ତି। ଲୋକମାନେ ଗାଈର ସାହସକୁ ପ୍ରଶଂସା କରି ଏହାକୁ ‘ଦେବୀଙ୍କ ରୂପ’ ବୋଲି କହୁଛନ୍ତି।