ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ କାଠ ଜବତ କରିଛି। ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ସେଠାରେ ଚଢ଼ଉ କରିଥିଲା । ଉକ୍ତ ସ୍ଥାନରୁ ପ୍ରାୟ ୫୦ ଘନ ଫୁଟ ଶାଗୁଆନ କାଠ ଜବତ ହୋଇଛି। ଏହାର ଆନୂମାନିକ ବଜାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ କହିଛି। ଚଢ଼ଉରେ ଭିଜିଲାନ୍ସ ବନପାଳ ଏନ. ବାଲାଜୀ, ବନରକ୍ଷୀ ରାଜୀବ କୁମାର ପାତ୍ର ଓ ବିନାୟକ ରଞ୍ଜନ କର, ବନବିଭାଗ ମୋବାଇଲ ଟିମ ଡେପୁଟି ରେଞ୍ଜର ସ୍ବାଗତିକା ସାହୁ, ବନପାଳ ସୁମିତ୍ରା ଭୁୟାଁ, ବନରକ୍ଷୀ ମାଧବ ବେହେରା ପ୍ରମୁଖ ସାମିଲ ଥିଲେ।

Dharitri – Odisha’s No.1 Odia Daily

Share