ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ କାମ କରୁଥିଲେ। ୧୯ ତାରିଖରେ କିଛି ସାଙ୍ଗଙ୍କ ସହିତ ଗ୍ରାମକୁ ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶ ଅନୁଗୋଳଠାରେ ଟ୍ରେନରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେଠାକାର ପୋଲିସ ନରସିଂହଙ୍କ ପକେଟରେ ଥିବା ମୋବାଇଲରୁ ମୁଣ୍ଡିକିରି ଗ୍ରାମରେ ଥିବା ମାଉସୀ ପାଖକୁ ଫୋନ କରି ନରସିଂହର ମୃତ୍ୟୁ ଖବର ଜଣାଇଥିଲେ। ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା ଏହି ଘଟଣାରେ ହସ୍ତକ୍ଷେପ କରି ଗ୍ରାମକୁ ମୃତଦେହ ଆଣିବା ବ୍ୟବସ୍ଥା କରିବା ସହ ମୃତଦେହ ଆସିବା ଖର୍ଚ୍ଚ ବହନ କରିଥିବା ସୂଚନା ମିଳିଛି। ଯୁବକଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Dharitri – The Largest & Most Trusted Odia Daily