ଶ୍ରୀଲଙ୍କା ପାଇଁ ୪୨୯ ରନର ବିଶାଳ ବିଜୟ ଲକ୍ଷ୍ୟ…

ନୂଆଦିଲ୍ଲୀ,୭।୧୦: କ୍ରିକେଟ ବିଶ୍ୱକପର ଚତୁର୍ଥ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ସାନୁଦ ଶାନାକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ଅଧିନାୟକ ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିଲା। ଅଧିନାୟକ ନେମ୍ବାଙ୍କୁ ଦିଲଶାନ ମଧୁଶାଙ୍କା ୮ ରନରେ ଏଲବିଡବ୍ଲ୍ୟ କରି ପାଭିଲିୟନକୁ ଫେରାଇ ଦେଇଥିଲେ। ତେବେ ଦଳ ପରବର୍ତ୍ତୀ ସମୟରେ ନିଜର ସ୍ଥିତି ସୁଦୃଢ଼ କରିଥିଲା।

ଦଳ ଧାର୍ଯ୍ୟ ୫୦ ଓଭରରେ ୫ ଓ୍ବିକେଟ ହରାଇ ୪୨୮ ରନ କରିଛି। ଫଳରେ ଶ୍ରୀଲଙ୍କା ପାଇଁ ୪୨୯ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଓ୍ବିକେଟ କିପର ଓ୍ବିଣ୍ଟୋ ଡି କକ୍‌ ୧୦୦ ରନ କରିଥିବାବେଳେ ରାସି ଭାନ ଡେର ଡ୍ୟୁସେନ ୧୦୮, ଆଡେନ ମାର୍କେରମ ୧୦୬,ହେନରିଚ କ୍ଲାସେନ ୩୨, ଡେଭିଡ ମିଲର ୩୯ ରନ କରିଥିଲେ।

Share