ଭିଡ଼ିବା ବେଳେ ଫୁଟିଲା ବୋମା, ଗୁରୁତରଜଣଙ୍କ ବାଲାଂଦେଶୀ ଅନୁପ୍ରବେଶକାରୀ ହୋଇଥିବା ସନ୍ଦେହ

ନିଶ୍ଚିନ୍ତକୋଇଲି,୨୯।୫ (ଅଶୋକ କୁମାର ମହାପାତ୍ର ): ବୋମା ଭିଡ଼ୁଥିବା ସମୟରେ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ କୋଠା ଘରର ଲୁହା ସଟର ଭାଙ୍ଗିବା ସହିତ ସିମେଣ୍ଟ କାନ୍ଥ ବି ଭାଙ୍ଗିଛି। ସେହିଭଳି ଘର ଭିତରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ମେଡିକାଲକୁ ପଠାଯାଇଛି।

ସୂଚନାନୁଯାୟୀ, ବୁଧବାର ମଧ୍ୟ ରାତ୍ରିରେ କଟକ ଜିଲା ନେମାଳ ଥାନା ଝାଡ଼େଶ୍ୱରପରର ମନାନ ଗଡା ନିକଟରେ ଏହି ଘଟଣା ଘଟିଛି। ଏହି ବିସ୍ଫୋରଣ ହୋଇଥିବା ଘରେ ଜଣେ ଫେରିବାଲା ରହୁଥିଲେ। ବୋମା ଭିଡୁଥିବା ସମୟରେ ଏଭଳି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତେବେ ପୋଲିସ ଏନେଇ କୌଣସି ସୂଚନା ପ୍ରଦାନ କରିନାହିଁ। ବିସ୍ଫୋରଣ ସ୍ଥାନରୁ ସୁରକ୍ଷାକର୍ମୀ ଜନଗହଳି ଖାଲି କରୁଛନ୍ତି। ଅନ୍ୟପଟେ ସମ୍ପୃକ୍ତ ଫେରିବାଲାଙ୍କ ଠିକଣା ଏଯାଏ ମିଳି ନ ଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶକାରୀ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତାଙ୍କର ଚିକିତ୍ସା ଚାଲିଛି।

Share
Tags: odisha