ପାଟଣା,୧୩।୧୦(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ରେ ୩୦ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ରବିବାର ବିଳମ୍ବିତ ରାତିରେ ହାତୀପଲ ପାଟଣା ରେଞ୍ଜର କେନ୍ଦୁଆପଡା,ବାଲିବନ୍ଧ,ଝାଲିଆପଡା ଏବଂ ଟାଙ୍ଗରପଡା ଗ୍ରାମରେ ଆତଙ୍କ ଖେଳାଇବା ସହ ଏକ ଗୋଠଛଡ଼ା ଦନ୍ତା ୪ ଟି ଘର ଭାଙ୍ଗିଦେଇଛି।
କେନ୍ଦୁଆପଡା ଗ୍ରାମର କଂସ ନାଏକ ଓ ତାଙ୍କର ନାତି ସହିତ ଘର ଭିତରେ ଶୋଇଥିବା ସମୟରେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏବେ ହାତୀପଲ ଭିମାପଡା ଶିବମନ୍ଦିର ନିକଟ ହୁଡ଼ିରେ ଡେରା ପକାଇଥିବା ବନ ପାଳ ନିରଞ୍ଜନ ସେଠୀ କହିଛନ୍ତ। ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ କଡା ନଜର ରଖିଛି।
Dharitri – Odisha’s No.1 Odia Daily