ଗୁଣପୁର, ୩୧।୧(ସଂକେତ ପାତ୍ର):ଗ୍ରାମାଞ୍ଚଳର ଏକ ସାଧାରଣ ଦୃଶ୍ୟ, କିନ୍ତୁ ଭାବନାରେ ଅସାଧାରଣ। ନିଷ୍ପାପ ଶିଶୁଟି ନିଜ ହାତରେ ଧରିଥିବା ଖାଦ୍ୟରୁ ନିଜେ ଖାଉଛି, ପୁଣି ସେଇ ଖାଦ୍ୟକୁ ତା’ର ସାଙ୍ଗକୁ ମଧ୍ୟ ଖୁଆଉଛି। ସେହି ସାଙ୍ଗ କେହି ମଣିଷ ନୁହେଁ,ସେ ହେଉଛି ତା’ର ପ୍ରିୟ କୁକୁର ରିକୁ। ଶିଶୁଟି ପାଇଁ ରିକୁ କେବଳ କୁକୁର ନୁହେଁ, ସେ ତା’ର ସାଥୀ। ସ ଖାଇବା ସମୟରେ ସେ ଭୁଲେ ନାହିଁ ସାଙ୍ଗକୁ। ଦୁହେଁ ଏକାଠି ଖେଳନ୍ତି। ଏହି ଦୃଶ୍ୟ ପ୍ରମାଣ କରେ, ମନୁଷ୍ୟତା ଶିଖାଇବାକୁ ବଡ଼ ଉପଦେଶ ଦରକାର ନାହିଁ। ଏକ ଛୋଟ ହୃଦୟରୁ ନିଷ୍ପାପ ମମତା ସମାଜକୁ ବଡ଼ ବାର୍ତ୍ତା ଦେଉଛି।