ବ୍ରାହ୍ମଣୀଗାଁ ଶ୍ରୀ ଶ୍ରୀ ମୁକ୍ତେଶର ମହାରୁଦ୍ରଙ୍କ ପ୍ରତିଷ୍ଠା ମହାସମାରୋହ ଉଦ୍‌ଯାପିତ : ମନ୍ଦିର ପ୍ରବେଶ, ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୩ ।୨(ଅରୁଣ ସାହୁ/ମନୋରଞ୍ଜନ ରଣା ):ନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ଦହିହାଣ୍ଡି ଭାଙ୍ଗିବା ଦୃଶ୍ୟ ସବୁଠାରୁ ଆକର୍ଷଣୀୟ ରହିଥିଲା ପରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ହରିନାମ ଜପକରି ସହର ପରିକ୍ରମା କରିବା ସହ ହୋଲି ଖେଳିଥିଲେ। ଏହି ସମୟରେ ଭାଇଚାରା, ଶାନ୍ତି ସଦ୍‌ଭାବନାର ବାର୍ତ୍ତା ବଣ୍ଟନ ସହ ବହୁ ଆନନ୍ଦରେ ଉଦଯାପନୀ ଦିବସ ପାଳନ କରାଯାଇଛି।
ସୂଚନାଯୋଗ୍ୟ, ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୫ ଦିନ ଧରି ଚାଲିଥିବା ବେଳେ ଶେଷ ଦିନରେ ସାରେ ଶ୍ରୀ ଶ୍ରୀ ଶ୍ରୀ ମୁକ୍ତେଶର ରୁଦ୍ରଦେବଙ୍କ ପୀଠ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ରାମାୟଣ ବର୍ଣ୍ଣିତ “ଅଶୋକ ବନରେ କାନ୍ଦନ୍ତି ସୀତା”ନାଟକ ଅନୁଷ୍ଠିତ ହୋଇଛି।
ଏହି ପାଞ୍ଚଦିନ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଦେବତାମାନଙ୍କ ମହାସ୍ନାନ, ରତ୍ନମୁଦ, ମହାରୁଦ୍ରାଭିଷେକ, ମନ୍ଦିର ପ୍ରବେଶ, ଘୃତ ଯଜ୍ଞ, ନାମଯଜ୍ଞ ଆଦି ପାଳନ କରାଯାଉଛି। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ସମେତ ପଡ଼ୋଶୀ ଗଞ୍ଜମ, ଗଜପତି, ରାୟଗଡ଼ା ସମେତ ଅନ୍ୟ ଜିଲାର ଶ୍ରଦ୍ଧାଳୁମାନେ ଯୋଗଦେଇ ଦର୍ଶନ କରୁଥିବା ଜଣାପଡ଼ିଛି।
ଏଥିରେ ସଭାପତି ଗଣେଶ ପାତ୍ର, ରାମଚନ୍ଦ୍ର ପାତ୍ର, ଉପସଭାପତି ବିରଞ୍ଚି ବିଶୋଇ, କେ.ଶ୍ୟାମ ବାବୁ ଅଚାରୀ, ସମ୍ପାଦକ ପବିତ୍ର  ବେହେରଦଳାଇ, ରଘୁନାଥ ନାୟକ,କାର୍ଯ୍ୟକର୍ତ୍ତା ପ୍ରକାଶ ମହାନ୍ତି, ପଞ୍ଚାନନ ଚୌଧୁରୀ, ଭାଜପା ମଣ୍ଡଳ ସଭାପତି ଗଣେଶ ଡାକୁଆ, ଶ୍ୟାମ ମାହାଙ୍କୁଡ, ସଦାନନ୍ଦ ନାୟକ, ଗୋକୁଳ ପଣ୍ଡା, ବିଘ୍ନେଶ୍ୱର ବେହରଦଳେଇ,ରାଜୁ ବେହରଦଳେଇ, ବନବାସ ବିଶୋଇ, ଶ୍ୟାମଘନ ପାତ୍ର,ଦେବରାଜ ପାଇକ, ଶଙ୍କର ବେହରଦଳେଇ, ଅନି ବେହରଦଳେଇ,କପିଳେଶର ପାତ୍ର,ନିରଞ୍ଜନ ପାତ୍ର, ପ୍ରୟୋଗରାଜ (ଉତ୍ତରପ୍ରଦେଶ )ଧର୍ମେସ କୁମାର ପାଲ,ଯୋଗେଶ୍ୱର ପାତ୍ର ପ୍ରମୁଖ ପରିଚାଳନା କରିଛନ୍ତି।
Dharitri – Odisha’s No.1 Odia Daily

Share