ଯାହାପାଇଁ ବ୍ୟାକୁଳ ଥିଲା ପାକିସ୍ତାନ, ତାହା ଘଟିବା ପୂର୍ବରୁ ଭାରତ ପାଇଁ ଆସିଲା ଭଲ ସଙ୍କେତ

ଶ୍ରୀନଗର,୫।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଭୟରେ ବଞ୍ଚୁଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏହି କାରଣରୁ ଭୟଭୀତ ପାକିସ୍ତାନ ଜାତିସଂଘର ଦ୍ୱାରସ୍ଥ ହୋଇଛି। ଭାରତ ସହିତ ଉତ୍ତେଜନାକୁ ଦୃଷ୍ଟିରେ ରଖି, ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଜରୁରୀକାଳୀନ ଅଧିବେଶନ ଦାବି କରିଥିଲା। ଯାହା ଆଜି ଅର୍ଥାତ୍‌ ସୋମବାର ଏକ ବୈଠକ କରିବ। ଏହି ବୈଠକ ଏକ ବନ୍ଦ କୋଠରୀରେ ହେବାକୁ ଯାଉଛି। UNSCର ଅଧ୍ୟକ୍ଷତା କରୁଥିବା ଗ୍ରୀସ ଏହି ବୈଠକ ସ୍ଥିର କରିଛି। ବୈଠକରେ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ଉପରେ ଆଲୋଚନା କରାଯିବ। ବୈଠକ ପୂର୍ବରୁ ମଧ୍ୟ ଗ୍ରୀସର ସ୍ଥାୟୀ ପ୍ରତିନିଧି ଭାରତ ବିଷୟରେ କହିଥିଲେ ଯେ, ଭାରତ ନିଶ୍ଚିତ ଭାବରେ ପାକିସ୍ତାନ ଅପେକ୍ଷା ବହୁ ଗୁଣ ବଡ଼।

ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଉଭୟ ପକ୍ଷକୁ ସୀମାପାର ଉତ୍ତେଜନା ଉପରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସମ୍ମୁଖରେ ସେମାନଙ୍କର ମତାମତ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିବ। ଜାତିସଂଘରେ ଗ୍ରୀସର ସ୍ଥାୟୀ ପ୍ରତିନିଧି ଏବଂ ମେ ମାସ ପାଇଁ ସୁରକ୍ଷା ପରିଷଦର ଅଧ୍ୟକ୍ଷ, ରାଷ୍ଟ୍ରଦୂତ ଇଭାଞ୍ଜେଲୋସ ସେକେରିସ କହିଛନ୍ତି,ଏହା ନୀତିଗତ ଭାବରେ ଏକ ସ୍ଥିତି। ଆମେ ସମସ୍ତ ପ୍ରକାରର ଆତଙ୍କବାଦକୁ ନିନ୍ଦା କରୁ, ତାହା ଯେଉଁଠାରେ ଘଟୁନାଳ କାହିଁକି। ଅନ୍ୟପକ୍ଷରେ, ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ନେଇ ଆମେ ଚିନ୍ତିତ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ନିନ୍ଦା କରୁଛୁ। ଆମେ ଭାରତ ସରକାର ଏବଂ ପୀଡିତଙ୍କ ପରିବାର ପ୍ରତି ଆମର ସମବେଦନା ପ୍ରକାଶ କରୁଛୁ।

UNSCରେ ଅନ୍ତର୍ଭୁକ୍ତ ଅଧିକାଂଶ ଦେଶ ଭାରତ ସହିତ ଅଛନ୍ତି ଏବଂ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଚାଇନା ବ୍ୟତୀତ ପ୍ରାୟ ସମସ୍ତ ଦେଶ ଭାରତ ସହିତ ଅଛନ୍ତି। ଏହି କାରଣରୁ ପାକିସ୍ତାନ ଉତ୍ତେଜିତ ହେଉଛି। ବୈଠକ ପୂର୍ବରୁ ମଧ୍ୟ, ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରାୟ ସମସ୍ତ ଦେଶର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ପାକିସ୍ତାନ ଯାହା କହୁଛି, ତାର ବାସ୍ତବତା ସମସ୍ତଙ୍କ ସାମ୍ନାରେ ଆସିସାରିଛି।

ପାଞ୍ଚଟି ଭିଟୋ କ୍ଷମତାସମ୍ପନ୍ନ ସ୍ଥାୟୀ ସଦସ୍ୟ -ଚାଇନା, ଫ୍ରାନ୍ସ, ରୁଷିଆ, ବ୍ରିଟେନ ଏବଂ ଆମେରିକା ବ୍ୟତୀତ – ପରିଷଦରେ ୧୦ଟି ଅସ୍ଥାୟୀ ସଦସ୍ୟ ଅଛନ୍ତି – ଆଲଜେରିଆ, ଡେନମାର୍କ, ଗ୍ରୀସ, ଗୟାନା, ପାକିସ୍ତାନ, ପାନାମା, ଦକ୍ଷିଣ କୋରିଆ, ସିଏରା ଲିଓନ, ସ୍ଲୋଭେନିଆ ଏବଂ ସୋମାଲିଆ।