ଗୁହାଳ ଘରେ ଲାଗିଲା ନିଆଁ: ଗୋରୁ-ଛେଳି ଜୀବନ୍ତ ଦଗ୍ଧ,ଘର ମାଲିକ ଗୁରୁତର

ବାଲେଶ୍ୱର, ୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ସଦର ବ୍ଲକ ସାର୍ଥା ପଞ୍ଚାୟତ ଅନ୍ତର୍ଗତ ଗନ୍ଧିଆ ଗ୍ରାମର କୈଳାସ ମାଝୀଙ୍କ ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁହାଳ ଘରେ ନିଆଁ ଲାଗି ଦୁଇଟି ଗୋରୁ, ଦୁଇଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଛି l ନିଆଁ ଲିଭାଇବା ପାଇଁ ଯାଇ ଘର ମାଲିକ କୈଳାଶ ଗୁରୁତର ଆହତ ହୋଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଗୁହାଳ ଘରେ ଦିଆଯାଇଥିବା ମଶା ଧୂଆଁରୁ ନିଆଁ ଲାଗିଥିବା ଅନୁମାନ ଅନୁମାନ କରାଯାଉଛି l ବସ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି l