କୁକୁଡ଼ା ମୃତ୍ୟୁକୁ ନେଇ ନେଇ ୨ ପରିବାର ମଧ୍ୟରେ ତୁମୁଳକାଣ୍ଡ: ଶେଷରେ ଘଟିଲା…

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମଲ୍ଲିପୋଷି ଗ୍ରାମରେ କୁକୁଡା ମୃତ୍ୟୁକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହି ରକ୍ତାକ୍ତ ସଂଘର୍ଷରେ ୩ ଜଣ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ହେଉଛନ୍ତି ଉକ୍ତ ଗ୍ରାମର ଅନାମ ମହାନ୍ତଙ୍କ ସ୍ତ୍ରୀ କେଶବତି, ଭଦ୍ରୁ ମହାନ୍ତ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା।

ସୂଚନା ଅନୁଯାୟୀ, ଅନାମ କୋବି ଚାରା ଗଛରେ ବିଷ ବିଷ ପକାଇ ଥିବାରୁ ଭଦ୍ରୁଙ୍କ କୁକୁଡ଼ା ସହ ଗ୍ରାମର ମୋଟ ୩୦ଟି କୁକୁଡ଼ା ମରିଥିବା ସନ୍ଦେହ କରି ଭଦ୍ରୁ କେଶବତୀଙ୍କ ଉପରେ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ବାମ କାନ୍ଧ ଓ ମୁଣ୍ଡରେ ଗଭୀର କ୍ଷତହେବା ସହ ଅନାମଙ୍କ କୋଦାଳ ଆକ୍ରମଣରେ ଭାଇ ଭଦୃ ଓ ଭାଉଜ ତିଳୋତ୍ତମା ମୁଣ୍ଡ ଫାଟି ଥିବାର ଜଣାପଡ଼ିଛି। ପରସ୍ପର ବିରୋଧରେ ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ଏନେଇ ପାଟଣା ଥାନାରେ ୨୧୭/୨୫ରେ ଏକ ମାମଲା ରୁଜୁ ହୋଇଛି। ୩ଜଣଙ୍କୁ ଉଚ୍ଚ ଚିକିତ୍ସା ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଘଟଣା ପାଟଣା ଥାନା ଏଏସଆଇ ସରୋଜ ସେଠୀ କହିଛନ୍ତି।