ରେଳଲାଇନ୍‌ ପାର୍ଶ୍ୱରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପହଞ୍ଚିନି ପୋଲିସ

ଛତ୍ରପୁର,୧୦ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବାଲିବଗଡ଼ ଗ୍ରାମ ନିକଟରେ ଥିବା ରେଳଲାଇନ୍‌ ପାର୍ଶ୍ୱରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ଦୀର୍ଘ ସମୟ ଧରି ମୃତଦେହ ରେଳଲାଇନ୍‌ ପାର୍ଶ୍ୱରେ ପଡ଼ି ରହିଥିଲେ ସୁଦ୍ଧା ନା ଜିଆରପି ନା ଆରପିଏଫ୍‌ ପୋଲିସର ଦେଖା ମିଳିନି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ରାତିରେ ମୃତଦେହକୁ ବନ୍ୟଜନ୍ତୁ ମଧ୍ୟ ଖାଇ ନଷ୍ଟ କରିଦେବାର ସମ୍ଭାବନା ରହିଛି। ତୁରନ୍ତ ଜିଆରପି ପୋଲିସ ଆସି ମୃତଦେହକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଉକ୍ତ ବ୍ୟକ୍ତି ଜଣକ କୌଣସି ଟ୍ରେନରୁ ପଡ଼ି ଯାଇ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା ଅନୁମାନ କରିଛନ୍ତି।

Share
Tags: deadbody