ଭଞ୍ଜନଗର,୧୦/୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଭଞ୍ଜନଗର ପଞ୍ଚାୟତ ସମିତି ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବ୍ଲକ କଳାକାର ସଂଘର କର୍ମକର୍ତ୍ତା ନାରାୟଣ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଯୋଜନାକୁ ଉଚ୍ଚ ପ୍ରଶଂସା କରିଥିଲେ।
ସେହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଆଜି ଯୁବ ଲେଖକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହାପରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାଧ୍ୟାପକ ବିଭାସ ଦାସ, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ରୋଜାଲିନ ମହାରଣା, ଦୀପଶ୍ରି ମହାପାତ୍ର, କଳ୍ପନା ଷଣ୍ଢ, ଅଧ୍ୟାପକ ଅମିୟ ରଞ୍ଜନ ପଣ୍ଡା, ଦିଗନ୍ତ ଜେନା, ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ
ଯୋଗଦେଇ ସରକାରଙ୍କ ଲକ୍ଷ୍ୟ ସମ୍ପର୍କରେ କହିଥିଲେ।