ନଦୀକୁ ଟାଣି ନେଉଥିଲା କୁମ୍ଭୀର, ଆଖିରେ ଆଙ୍ଗୁଠି ଗେଞ୍ଜି ଖସି ଆସିଲେ ଯୁବକ: ପୂରା ଘଟଣା ଜାଣିଲେ…

ମହାକାଳପଡ଼ା,୧ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ) : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ବଉଳକଣି ପଞ୍ଚାୟତ ବାଘୁଆମେଦୀ ଆଦିବାସୀ ଗ୍ରାମର ଟୁନା ସିଂ (୫୫) ଚାଷଜମି ଦେଖିବାକୁ ଯାଇଥିଲେ। ମଙ୍ଗଳବାର ସାରେ ନିକଟ ରାମଚଣ୍ଡୀ ଗଳିଆ ନଦୀ ଶାଖା ବାଲିଯୋରିରେ ଶୌଚହେବାକୁ ଯାଇଥିଲେ। ହଠାତ୍‌ ଏକ କୁମ୍ଭୀର ଆକ୍ରମଣକରି ନଦୀ ମଧ୍ୟକୁ ତାଙ୍କୁ ଟାଣିନେଉଥିଲା। ଟୁନା ସାହସକରି କୁମ୍ଭୀର ଆଖିରେ ୨ଟି ଆଙ୍ଗୁଠି ଗେଞ୍ଜି ଦେଇଥିଲେ। ଫଳରେ କୁମ୍ଭୀରଟି ଛାଡ଼ି ପାଣିକୁ ପଳାଇଯାଇଥିଲା। ସ୍ଥାନୀୟ ଲୋକେ ଟୁନାଙ୍କୁ ଉଦ୍ଧାରକରି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ତାଙ୍କ ଦୁଇ ଗୋଡ଼ରେ ଗଭୀର କ୍ଷେତ ଯୋଗୁ ରକ୍ତସ୍ରାବ ହୋଇଥିଲା। ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରେ ନଦୀନାଳରେ ପ୍ରବେଶ ନ କରିବାକୁ ସ୍ଥାନୀୟ ନଦୀକୂଳିଆ ବାସିନ୍ଦାଙ୍କୁ ବାରଣ କରାଯାଇଛି ବୋଲି ସେ କହିଛନ୍ତି।