କୋର୍ଟରେ ମହିଳା ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ଅପରାଧୀ

ହାଇଦ୍ରାବାଦ,୧୩।୨:ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀସାବ୍ୟସ୍ତ ବ୍ୟକ୍ତି ଗୁରୁବାର କୋର୍ଟରୁମ୍‌ରେ ମହିଳା ବିଚାରପତିଙ୍କୁ ଚପଲ ପିଙ୍ଗିଛନ୍ତି। ଅତିରିକ୍ତ ଜିଲା ଜଜ୍‌ କୋର୍ଟର ମହିଳା ବିଚାରପତି ବୁଧବାର ଅପରାଧୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବାରୁ ସେ ଖୁବ୍‌ ରାଗିଯାଇଥିଲେ। ଗୁରୁବାର ଆଉ ଏକ ହତ୍ୟା ମାମଲାର ବିଚାର ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉକ୍ତ ଅଦାଲତରେ ହାଜର କରାଗଲାବେଳେ ସେ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। ଚପଲ ବିଚାରପତିଙ୍କ ଦେହରେ ବାଜି ନ ଥିବା ପୋଲିସ କହିଛି। କୋର୍ଟରୁମ୍‌ରେ ଉପସ୍ଥିତ ଆଇନଜୀବୀମାନେ ଅଭିଯୁକ୍ତଙ୍କୁ କାବୁ କରିନେଇ ମାଡ଼ ମାରିଥିଲେ। ଚପଲ ଫିଙ୍ଗା ଘଟଣାକୁ ରାଙ୍ଗାରେଡ୍ଡୀ ଜିଲା କୋର୍ଟ ବାର୍‌ ଆସୋସିଏଶନ ଦୃଢ଼ ନିନ୍ଦା କରିଛି।