ଆଇଆରବିଏନ୍‌ ଷଷ୍ଠ ବାଟାଲିୟନରୁ ଜଣେ କରୋନା ପଜିଟିଭ୍‌: ୨ ଗ୍ରାମ ୭୨ଘଣ୍ଟା ଶଟଡାଉନ

ଖୋର୍ଦ୍ଧା,୨୬।୭: ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ନାଲିପଡା ଅର୍ଜୁନପୁର ପଞ୍ଚାୟତ ଅନ୍ତର୍ଗତ ଆଇଆରବିଏନ୍‌ ଷଷ୍ଠ ବାଟାଲିୟନରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରି ଶନିବାର ରାତିରୁ ୨୮ତାରିଖ ରାତି ୮ଟା ପର୍ଯ୍ୟନ୍ତ ୨ଟି ଗ୍ରାମକୁ ୭୨ଘଣ୍ଟା ଲାଗି ଶଟଡାଉନ ଘୋଷଣା କରିଛନ୍ତି। ଏହି ଦୁଇ ଗ୍ରାମକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସେପରି ଏହି ଦୁଇ ଗ୍ରାମର ଲୋକଙ୍କୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି । ଏହି ଜୋନ୍‌ର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଯିବା ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ କହିଛନ୍ତି।