କେସିଙ୍ଗା,୨୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନ ବାଲସି ପଞ୍ଚାୟତର କୋକୋଡ଼ମାଲ ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ଶିକ୍ଷା କମିଟି ଦାବି କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକିଛି ଦିନ ତଳେ ଉକ୍ତ ସ୍କୁଲର ଛାତରୁ ବର୍ଷା ପାଣି ପଡ଼ୁଥିବାରୁ ଛାତ୍ରୀଛାତ୍ର ଅସୁବିଧା ସମ୍ମୁଖୀନ ହୋଇ ସ୍କୁଲ ବାରଣ୍ଡାରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଥିଲା। ଘଟଣାର ସମାଧାନ ପରେ ବର୍ତ୍ତମାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଦବଳି ପାଇଁ ସ୍କୁଲ କମିଟିର ସଭାନେତ୍ରୀ ଓ ସଦସ୍ୟ ବୃନ୍ଦ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ମାସକରେ ୧୫ ଦିନ ସିଏଲ ନେଉଥିବା ସହ ଛୁଟିଦିନ ୪ଟି ରବିବାରକୁ ଛାଡି ଦେଲେ ପ୍ରାୟ ୧୧ ଦିନ ସ୍କୁଲ ଆସିଥାଆନ୍ତି ବୋଲି ଅଭିଯୋଗ ହୋଇଛି। ଏ ନେଇ ସ୍କୁଲ ଶିକ୍ଷା କମିଟିର ସଭାନେତ୍ରୀ ଫାଲଗୁନି ସାହୁଙ୍କ ସମେତ କମିଟି ସଦସ୍ୟ ବୃନ୍ଦ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସି ଆରସିଙ୍କ ନିକଟରେ ବଳଦି ପାଇଁ ଅଭିଯୋଗ କରିଛନ୍ତି। ଏ ନେଇ ସ୍କୁଲ କମିଟିର ସଭାନେତ୍ରୀ ଫାଲଗୁନି ସାହୁଙ୍କୁ ପଚାରିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସବୁଦିନ ସ୍କୁଲ ନ ଆସି ଦିନେ ଦୁଇ ଦିନ ପରେ ଆସିଥାଆନ୍ତି ବୋଲି କହିଛନ୍ତି। ଏ ବିଷୟରେ ସିଆରସି ଆଶୁତୋଷ ଭୋଇଙ୍କ ପଚାରିବାରୁ ମୁଁ ଯେଉଁ ଦିନ ଆସିଛି, ସେ ଅନୁପସ୍ଥିତ ଥାଆନ୍ତି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ଶିକ୍ଷା କମିଟିର ଅଭିଯୋଗ କ୍ରମେ ଅନ୍ୟତ୍ର ବଦଳି କାରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ମାଝୀଙ୍କୁ ପଚାରିବାରୁ ମୋ ଦେହ ଅସୁସ୍ଥ କାରଣରୁ ସ୍କୁଲ ଆସୁ ନାହିଁ ବୋଲି କହିଛନ୍ତି।