ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା ଦେଇଥିଲା l ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୋକାନକୁ ମଧ୍ୟ ଧକ୍କା ଦେବାରୁ କାରରେ ଥିବା ପାଞ୍ଚ ଯାତ୍ରୀ ଗୁରୁତର ହୋଇଛନ୍ତି l କାରଟି ପୁରୀ ଜିଲାର କାକଟପୁରରୁ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଞ୍ଚଳକୁ ଫେରୁଥିବାବେଳେ ଏହି ଦୁର୍ଘଟଣାଟି ଘଟିଥିଲା l ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ଗାଡି ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡାକି ସମସ୍ତ ଆହତ ଯାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା l କାରରେ ଥିବା ଅନ୍ୟ ଦୁଇଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ତେବେ ଭୋର ୪ଟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଘଟିଛି l ପୋଲିସ ତଦନ୍ତ ଚଳାଇଛି।

 

Dharitri – Odisha’s No.1 Odia Daily