ଆମ୍ବେଡ଼କରଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ ଆହ୍ବାନ

ଡୁଙ୍ଗୁରିପାଲି ,୨୯ା୪(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏସ୍‌ସି, ଏସ୍‌ଟି ଷ୍ଟଲ ପରିସରରେ ରବିବାର ରାତି ୮ଟା ୩୦ରେ ସମ୍ବିଧାନ ପ୍ରଣେତା  ଭାରତରତ୍ନ ବାବା ସାହେବ ଡ଼.ଭୀମରାଓ ଆମ୍ବେଡ଼କରଙ୍କ ଜୟନ୍ତୀ ସଭା ପାଳିତ ହୋଇଯାଇଛି। ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ସଭାପତି ନୀତେଇ ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଡୁଙ୍ଗୁରିପାଲି ଥାନା ଏସଆଇ ପ୍ରେମରାଜ ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଚାଷୀ ନେତା ବିପ୍ରଚରଣ ସାହୁ, ସେବା ଫାଉଣ୍ଡେଶନ ପ୍ରତିଷ୍ଠାତା ବିଭୁଦତ୍ତ ବିଶ୍ୱାଳ, ଏମ୍‌ପିଙ୍କ ବ୍ଲକ ନୋମିନି ହେମନ୍ତ ବିଶ୍ୱାଳ, ସମାଜସେବୀ କନ୍ଦର୍ପ ସାହୁ, ବଦ୍ରିନାରାୟଣ ପାଣ୍ଡିଆ, ଲକ୍ଷେଘର ଗଣ୍ଡା ସମାଜ ସମ୍ପାଦକ ପ୍ରକାଶ କୁମ୍ଭାର, ଆଇନଜୀବୀ ବୀରେନ୍ଦ୍ର ଦଣ୍ଡସେନା, ବିବେକାନନ୍ଦ ତ୍ରିପାଠୀ ଯୋଗ ଦେଇଥିଲେ। ଡୁଙ୍ଗୁରିପାଲି ଡିଗ୍ରୀ ମହାବିଦ୍ୟାଳୟ ପୂର୍ବତନ ପ୍ରାଧ୍ୟାପକ କିଶୋର ମେହେର ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ।

ଡୁଙ୍ଗୁରିପାଲି ସାର୍ବଜନୀନ ଆମ୍ବେଦକର ସୃତି କମିଟି ଆବାହକ ଦୀନବନ୍ଧୁ ସୁନାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ମୁଖ୍ୟବକ୍ତା ପ୍ରାଧ୍ୟାପକ ମେହେର କହିଥିଲେ, ଆମ୍ବେଡ଼କର ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୃଢ଼ ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ। ସମସ୍ତଙ୍କ ପାଇଁ ସେ ପ୍ରେରଣାର ଉତ୍ସ। ତାଙ୍କ ଦର୍ଶନ, ଶିକ୍ଷାକୁ ଆମେ ବାସ୍ତବ ଜୀବନରେ କାର୍ଯ୍ୟରେ ଲଗାଇବାକୁ ପ୍ରୟାସ କରିବା ଉଚିତ। ସାମାଜିକ ନ୍ୟାୟ ପ୍ରତି ସମସ୍ତେ ଅଙ୍ଗୀକାର ହେବାକୁ ସେ ଆହ୍ବାନ କରିଥିଲେ। ମୁଖ୍ୟ ଅତିଥି ଏସଆଇ ସାହୁ କହିଥିଲେ, ବାବା ସାହେବ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ଭାରତୀୟଙ୍କୁ ସାମ୍ବିଧାନିକ ଅଧିକାର ବଳରେ ଏକତାବଦ୍ଧ କରିଥିଲେ। କବି ବିପ୍ରଚରଣ ସାହୁ କବିତା ମାଧ୍ୟମରେ ବାବା ସାହେବଙ୍କ ଜୀବନୀକୁ ଆଧାରିତ କବିତା ପଠନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସେବା ଦେଇ ଆସୁଥିବା ସେବା ଫାଉଣ୍ଡେଶନର ମିତା ପଟେଲ, ପ୍ରଜ୍ଞାପରମିତା ତ୍ରିପାଠୀ, ଜ୍ୟୋତ୍ସା ବାରିକ, ସୁଶାନ୍ତ ବାରିକ, କଲିମ ଖାନ, ଇନ୍ଧ୍ରା ସାହୁ, ଡ଼କ୍ଟର ସୁବାଷ ପାତ୍ର, ପଦ୍ମନାଭ ବାଗ, ମହେଶ୍ୱର ସୁନା, ଲୀଳାମ୍ବର ବାଗ, ପବିତ୍ର ହରିପାଲଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅଭିରାମ ବାରିକ, ରବୀନ୍ଦ୍ର କୁମ୍ଭାର, ରାଜେନ୍ଦ୍ର ସା, ବିଦ୍ୟା ତାଣ୍ଡି, ଦହିଲାଲ ଦୀପ, ସରୋଜ ପାଣ୍ଡେ, ଉଦ୍ଧବ ପଧାନ, ପ୍ରେମାନନ୍ଦ ସୁନା, ଭୁବନ ନାଗ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଆମ୍ବେଡ଼କର ପ୍ରେମୀ ଉପସ୍ଥିତ ଥିଲେ। ଦୀନବନ୍ଧୁ ସୁନା ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share