ପାଟଣା,୧୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ବିଜେଡି ପକ୍ଷରୁ ଗୁରୁବାର ଟାଙ୍ଗରପଡ଼ା ମଠରେ ପାଳିତ ହୋଇଛି। ପ୍ରବୀଣ ସାଧୀନତା ସଂଗ୍ରାମୀ, ଜନ ନାୟକ,ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନିର୍ଭିକତା,କଳିଙ୍ଗକୁ ଭଲ ପାଇବା ଆଦି ବହୁମୁଖୀ ପ୍ରତିଭା ଉପରେ ଉପସ୍ଥିତ ବିଜେଡି ନେତାମାନେ ଆଲୋକପାତ କରିଥିଲେ। ଆୟୋଜିତ ସଭା ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ୧୮ ନମ୍ବର ଜିଲା ପରିଷଦ ସଦସ୍ୟ ରାଧା କାନ୍ତ ନାଏକ, ସାହାର ପଡ଼ା ବ୍ଲକ ବିଜେଡି ସଭା ପତି ଦିଲୀପ କୁମାର ସାହୁ, ବରିଷ୍ଠ ନେତା ସତ୍ୟବ୍ରତ ନାଏକ,ଡୁମୁରିଆ ସରପଞ୍ଚ ଗୌର ହରି ନାଏକ, ବରିଷ୍ଠ ନେତା ଶତ୍ରୁ ଘନ ସିଂ, ସୁଶାନ୍ତ ପ୍ରଧାନ, ପ୍ରଶାନ୍ତ ଭଞ୍ଜ, ମିତ୍ର ଭାନୁ ମହାନ୍ତ, ନବ କିଶୋର ପୃଷ୍ଟି ପ୍ରମୁଖ ଯୋଗଦେଇ ରାଷ୍ଟ୍ରନୀତିଜ୍ଞ ବିଜୁ ପଟ୍ଟନାୟକଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ।