ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଯାଉଥିଲେ ଯୁବକ, ବାଇକରୁ ପଡିଯିବା ପରେ ପଛପଟୁ ଆସୁଥିବା ଟ୍ରକ୍‌…

ଧର୍ମଶାଳା, ୧୮।୧୦ (ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ନମ୍ବର ଜାତୀୟ ରାଜପଥର ପାଖ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ସୁକିନ୍ଦା ଅଞ୍ଚଳର ଯୁବକ ପଲସର୍‌ ବାଇକ ଓଡି ୦୬ ପି ୬୧୫୦ ଯୋଗେ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ବଶତଃ ବାଇକରୁ ପଡ଼ିଯାଇଥିଲେ । ଯାହା ଫଳରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ତାଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ଯୁବକ ଜଣକଙ୍କର ମୃତ୍ୟୁ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ କରୁଛି।

 

Dharitri – The Largest & Most Trusted Odia Daily