ପହିଲାରୁ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୩୧।୧୨: ପ୍ରତି ମାସ ଭଳି ଚଳିତ ମାସ ଶେଷ ବେଳକୁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ନୂଆ ଦରକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଥାଏ। ଏପରିକି ପ୍ରତି ମାସ ଭଳି ଆସନ୍ତା ମାସ (ଜାନୁୟାରୀ) ପହିଲାରୁ ନୂଆ ଦର ଲାଗୁ ହେବ। ବିଶେଷ କରି ଗ୍ୟାସ୍‌, ତୈଳ, ବିମାନ ଇନ୍ଧନ ସହ ବ୍ୟାଙ୍କ ସୁଧ ହାର ଏବଂ ଅଟୋମୋବାଇଲ (କାର୍‌, ବାଇକ୍‌ ଓ ଅଟୋ) କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଉଛି।