ପାଟନା,୧୦।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ, ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ପରେ ପରେ ଝଟ୍କାର ସମ୍ମୁଖୀନ ହେଉଛି। ପ୍ରଥମେ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମେଶ୍ୱର ରାୟ ଦଳ ଛାଡିଥିଲେ। ଏବେ ପୂର୍ବତନ ଏମ୍ପି ସନ୍ତୋଷ କୁଶୱା ମଧ୍ୟ ଜେଡିୟୁରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଆଜି ସନ୍ତୋଷ ଜେଡିୟୁରୁ ଇସ୍ତଫା ଦେଇ ତେଜସ୍ବୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ଯୋଗଦେବେ।
ସୂତ୍ର ଅନୁସାରେ, ସନ୍ତୋଷ ତେଜସ୍ବୀଙ୍କ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କ ଆସନ ଚୂଡ଼ାନ୍ତ କରିଛନ୍ତି। ସେ ନୀତୀଶ କୁମାରଙ୍କ ମନ୍ତ୍ରୀ ଲେଶି ସିଂହଙ୍କ ବିରୋଧରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି।
ବିହାର ବିଧାନସଭା ନିର୍ବାଚନରେ ଆରଜେଡି କୁଶୱାହା କାର୍ଡ ଖେଳୁଛି। ଆଜି ଅପରାହ୍ନ ସୁଦ୍ଧା ଏଲଜେପିର ଅଜୟ କୁଶୱା ମଧ୍ୟ ଆରଜେଡିରେ ଯୋଗ ଦେଇପାରନ୍ତି। ସୂତ୍ର ଅନୁସାରେ, ଅଜୟ କୁଶୱାଙ୍କୁ ବୈଶାଳୀ ବିଧାନସଭା ଆସନରୁ ଟିକେଟ ଦିଆଯାଇପାରେ। ଫଳରେ ନିର୍ବାଚନ ପୂର୍ବରୁ ନୀତୀଶ ଏବଂ ଏଲଜେପି ମୁଖ୍ୟ ଚିରାଗ ପାଶଓ୍ବାନଙ୍କୁ ଝଟ୍କା ଲାଗିଛି।