କରଓ୍ବାଚୌଥ ପ୍ରସ୍ତୁତି କରୁଥିଲେ ସ୍ବାମୀ, ବୟଫ୍ରେଣ୍ଡଙ୍କ ସହ ଛୁ’ ୯ ମାସର ଗର୍ଭବତୀ ସ୍ତ୍ରୀ: ଜଣାପଡ଼ିବା ପରେ ଘଟିଲା…

ଗ୍ବାଲିଅର,୯।୧୦: ମଧ୍ୟପ୍ରଦେଶର ଗ୍ବାଲିଅରରେ ଏକ ଗୁର୍ଜର ପରିବାରର ଘରେ ପଶି ଗୁଳି ଚଳାଇଥିଲେ। ଜଣେ ବୃଦ୍ଧ ଦମ୍ପତି ସମେତ ଚାରି ଜଣଙ୍କୁ ଆକ୍ରମଣ କରି ସେମାନଙ୍କ ବୋହୂକୁ ନେଇଯାଇଥିଲେ। ବୋହୂ ନଅ ମାସର ଗର୍ଭବତୀ। ସେହି ସମୟରେ ଦମ୍ପତିଙ୍କ ପୁଅ ସେଠାରେ ଉପସ୍ଥିତ ନ ଥିଲେ। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି।

ତିଘ୍ରା ଥାନା ଅଞ୍ଚଳ ଅନ୍ତର୍ଗତ ଗିରଜା ଗାଁରେ ଏହି ଘଟଣା ଘଟିଛି। ନିର୍ଭିକ ଦୁର୍ବୃତ୍ତମାନେ ପରିବାରକୁ ବନ୍ଧୁକରେ ପିଟିଥିଲେ। ଆହତମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଗିରଜା ଗ୍ରାମର ଗିରିରାଜ ଗୁର୍ଜର ଦେଢ଼ ବର୍ଷ ପୂର୍ବରୁ ଶେଓପୁର ଜିଲାର ସେସାଇପୁରା ଗ୍ରାମର ଅନୁ ଗୁର୍ଜରଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହ ପରଠାରୁ, ମୋରେନା ଜିଲାର ତିଲୌଣ୍ଡା ଗ୍ରାମର ଯୋଗେନ୍ଦ୍ର ଗୁର୍ଜର ଓରଫ ଯୋଗୀ ମହିଳାଙ୍କ ସ୍ବାମୀ ଗିରିରାଜଙ୍କୁ ନିରନ୍ତର ଧମକ ଏବଂ ହଇରାଣ କରି ଆସୁଥିଲେ।

ଯୋଗେନ୍ଦ୍ର ତାଙ୍କ ସହଯୋଗୀ କଲ୍ଲି ଓରଫ କିଲେଦାର, ଡିପି, ତହସିଲ, ଶେରୁ, ଭୋଳା, ବିଜ୍ଜୀ, ସତ୍ୟବୀର ଏବଂ ପ୍ରଦୀପ ସମେତ ପ୍ରାୟ ୧୫ ଜଣଙ୍କୁ ନେଇ ଗିରରାଜଙ୍କ ଘରେ ପହଞ୍ଚିଲେ। ଦୁର୍ବୃତ୍ତମାନେ ଘର ଉପରେ ଆକ୍ରମଣ କଲେ। ଦଶ ଜଣ ଦୁର୍ବୃତ୍ତ ଅଚାନକ ଗୁଳି ଚଳାଇଲେ। ପାଞ୍ଚ ଜଣ ଦୁର୍ବୃତ୍ତ ଗିରିରାଜଙ୍କ ବାପା ବ୍ରଜଲାଲ, ମା’ ଭଗବତୀ, ଜେଜେମା ଧନୱନ୍ତି ଏବଂ କାକା ରାମେଶ୍ୱରଙ୍କୁ ବନ୍ଧୁକରେ ପିଟିଥିଲେ। ତା’ପରେ ସେମାନେ ୯ ମାସର ଗର୍ଭବତୀ ବୋହୂ ଅନୁଙ୍କୁ ଅପହରଣ କରିଥିଲେ।

ପୋଲିସ ଅନୁଯାୟୀ, ଅଭିଯୁକ୍ତ ଯୋଗେନ୍ଦ୍ର ଅନୁଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। କୌଣସି କାରଣରୁ ଅନୁ ଯୋଗେନ୍ଦ୍ରଙ୍କୁ ବିବାହ କରିପାରି ନ ଥିଲେ। ଯୋଗେନ୍ଦ୍ର ତାଙ୍କ ପ୍ରେମିକାକୁ ଅପହରଣ କରିବାକୁ ଚେଷ୍ଟା କରୁଥିଲେ। ସେଥିପାଇଁ ସେ କରଓ୍ବାଚୌଥ ପୂର୍ବରୁ ତାଙ୍କୁ ନେଇଗଲେ। ସ୍ବାମୀ ଗିରିରାଜ କରଓ୍ବାଚୌଥ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ଅପହରଣ କରିନେଲେ।

ଶ୍ୱଶୁର ବ୍ରଜଲାଲ କହିଛନ୍ତି, ତାଙ୍କ ବୋହୂ ଅନୁ ନଅ ମାସର ଗର୍ଭବତୀ। ଏହି ମାସରେ ଘରକୁ ନୂଆ ସଦସ୍ୟ ଆସିଥାନ୍ତା॥ ଦୁର୍ବୃତ୍ତମାନେ ଆସି ମୋତେ, ମୋ ସ୍ତ୍ରୀ, ମୋ ମା’ ଏବଂ ମୋ ଭାଇକୁ ମାଡ଼ ମାରିଲେ ଏବଂ ମୋ ବୋହୂକୁ ନେଇଗଲେ। ପୋଲିସ ଆହତମାନଙ୍କୁ JAHରେ ଭର୍ତ୍ତି କରିଛି। ଡାକ୍ତର କହିଛନ୍ତି ଯେ କାହାକୁ ଗୁଳି କରାଯାଇ ନାହିଁ। ଜଣଙ୍କ ଅବସ୍ଥା ଗୁରୁତର। ଗିରିରାଜଙ୍କ ଅଭିଯୋଗ ଆଧାରରେ, ପୋଲିସ ମୋରେନା ନିବାସୀ ଯୋଗେନ୍ଦ୍ର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଖୋଜା ଚାଲିଛି।

 

Dharitri – Odisha’s No.1, Most Trusted Odia Daily