୮୮ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ଶୁକ୍ରବାର ୮୭ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ ଓଡ଼ିଆ ସିନେମା ଜଗତକୁ ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ ଚଳଚ୍ଚିତ୍ର ଏକ ଆଶାର ମଞ୍ଜି ବୁଣିଥିଲା। ହେଲେ ଅବସୋସର କଥା ୮୮ବର୍ଷରେ ବି ଆଜି ଓଡ଼ିଆ ଚଳଚ୍ଚିତ୍ରକୁ ଅନେକ ପ୍ରଶ୍ନ ଘେରି ରହିଛି। ନିମ୍ନମାନର ଚଳଚ୍ଚିତ୍ର, ବିଷୟବସ୍ତୁ, କପି ଆଦିର ଅପବାଦରୁ ଧୀରେ ଧୀରେ ପୁନଃ ମୁଣ୍ଡ ଟେକୁଛି ଚଳଚ୍ଚିତ୍ର ଜଗତ। ସମ୍ପ୍ରତି ଯୁବ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାରଙ୍କୁ ନେଇ ଅଣ୍ଟା ଭିଡ଼ିଛି ଓଡ଼ିଆ ସିନେମା। ଯଦିଓ ସିନେମା ଭଲ ଚାଲୁଛି, କିନ୍ତୁ ପ୍ରଯୋଜକ ପ୍ରେକ୍ଷାଳୟରୁ ଟଙ୍କା ପାଉନାହାନ୍ତି। ପ୍ରାପ୍ୟ ପାଇବାକୁ ବେଳେବେଳେ ବର୍ଷ ବର୍ଷ ବିତି ଯାଉଛି। ଅର୍ଥ ଅଭାବରୁ କଳାକାରଙ୍କୁ ମୂଲ୍ୟ ଦେଇପାରୁ ନାହାନ୍ତି ପ୍ରଯୋଜକ। ଫଳରେ ଟଙ୍କା ମିଳୁ ନ ଥିବା ଏବଂ ନିମ୍ନମାନର ବଜେଟ ପାଇଁ କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଛି। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଚଳଚ୍ଚିତ୍ର ପ୍ରତି ସରକାର, ସଂସ୍କୃତି ବିଭାଗ ଏବଂ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସେତେଟା ଧ୍ୟାନ ଦେଉ ନ ଥିବା ଜଣାପଡ଼ିଛି। ପ୍ରେକ୍ଷାଳୟ ସମସ୍ୟା, ସବ୍‌ସିଡି, ଆର୍ଥିକ ସହାୟତା ଭିତରେ ଏବେ ବି ଓଡ଼ିଆ ଚଳଚ୍ଚିତ୍ର ଜଗତ ଛନ୍ଦି ହୋଇ ରହିଛି।

ଦୂରଦୃଷ୍ଟି ବିଚାରଯୋଗ୍ୟ

ଅନ୍ୟ ରାଜ୍ୟରେ ସିନେମା ଭଲ ଚାଲିଛି। କାରଣ ସେଠି ପ୍ରଯୋଜକଙ୍କୁ ସବ୍‌ସିଡି ଯୋଗାଇ ଦିଆଯାଉଛି। ଆମର ଏଠାରେ ବର୍ଷବର୍ଷ ଧରି ପ୍ରଯୋଜକମାନେ ଆର୍ଥିକ ସହାୟତାରୁ ବଞ୍ଚତ୍ତ ଅଛନ୍ତି। ସେହିପରି ଯେତେବେଳେ ତେଲୁଗୁର ବଡ଼ ବଜେଟର ଚଳଚ୍ଚିତ୍ର ପୁଷ୍ପା-୨ ଓଡ଼ିଶାର ପ୍ରାକୃତିକ ପରିବେଶ ଘେରରେ ନିର୍ମାଣ ଚାଲିଛି, ସେଠି ଆମ ସରକାର ଷ୍ଟୁଡିଓ ନିର୍ମାଣ ପାଇଁ ମାତ୍ର ୨୦୦କୋଟି ବିନିଯୋଗ କରିଛନ୍ତି। ତାହା ପୁଣି ଆଜିଯାଏ ହୋଇପାରୁନି। ତେଣୁ ବର୍ତ୍ତମାନ ବିଭାଗ, ନିଗମ ଓ ସରକାରଙ୍କ ଦୂରଦୃଷ୍ଟି ବିଚାରଯୋଗ୍ୟ। ପ୍ରଯୋଜକ ଯେତିକି ଟଙ୍କାରେ ଚଳଚ୍ଚିତ୍ର କରୁଛି ସେତିକି ମଧ୍ୟ ପାଉନି। ଏଭଳିସ୍ଥିତିରେ ପ୍ରଯୋଜକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଭୟ କରୁଛି।
– ଦିଲ୍ଲୀପ ହାଲି, ସିନେ ସମୀକ୍ଷକ

ସରକାରୀ ସ୍ତରରେ ଆର୍ଥିକ ସହାୟତା ଲୋଡ଼ା

ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ପୁଣି ନିଜ ଅସ୍ତିତ୍ୱ ବଜାୟ ରଖିବାକୁ ଚେଷ୍ଟା ଚଳାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସରକାରୀସ୍ତରରେ ଆର୍ଥିକ ସହାୟତା ଯୋଗାଇବା ସହ ଚଳଚ୍ଚିତ୍ରକୁ ଘେରି ରହିଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା। ନିକଟରେ ପ୍ରଯୋଜକ ସଂଘ ପକ୍ଷରୁ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀଙ୍କ ସହ ଆଲୋଚନା କରାଯାଇଥିଲା। ପୂର୍ବରୁ ନିଷ୍ପତ୍ତି ହୋଇଥିଲା ନିଗମ ଚଳଚ୍ଚିତ୍ର ବିତରଣରେ ସାହାଯ୍ୟ କରିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନାହିଁ। ନିଗମ ଏହା ବୁଝିବା ସହ ପ୍ରଯୋଜକ, ବିତରକ ଓ ପ୍ରେକ୍ଷାଳୟ ମାଲିକଙ୍କ ସହ ସହଯୋଗ ରଖିବା ଆବଶ୍ୟକ। ଏପରି କି ଚଳଚ୍ଚିତ୍ରର ଉନ୍ନତି ପାଇଁ ବୈଠକ, ପ୍ରେକ୍ଷାଳୟକୁ କମ୍ପ୍ୟୁଟରୀକରଣ, କଟକଠାରେ ଥିବା ସିଣ୍ଡିକେଟରେ ୱେବ୍‌ସାଇଟ ଖୋଲିବା, ନିୟମିତ ଚଳଚ୍ଚିତ୍ର କରୁଥିବା ବ୍ୟକ୍ତିବିଶେଷଙ୍କୁ ନିଗମର ପଦପଦବୀରେ ମନୋନୀତ କରିବା ଆଦି ପ୍ରସ୍ତାବ ପ୍ରଯୋଜକ ସଂଘ ପକ୍ଷରୁ ଦିଆଯାଇଛି।
-ସ୍ଥିତ ପଟ୍ଟନାୟକ,
ପ୍ରଯୋଜକ ତଥା ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri