Posted inଫୁରସତ

ସିଦ୍ଧିଦୁର୍ଗା ପାହାଡ଼ରୁ ଆସିଥିଲା ୭୩୦ ପଥର

ବରେନ୍‌ ପାହାଡ଼ ପଥର ଚିହ୍ନଟ ଦଳର ଦଳପତି ଥିଲେ ଗଦେଇ ମହାରଣା। ଗଦେଇ ମହାରଣା ଆଜି ନାହାନ୍ତି କି ବରେନ୍‌ ପାହାଡ଼ ବି ନାହିଁ। ତରାବୋଇ ଗଁାଲୋକେ ଚାଉଳ କେବଳ ଯୋଗେଇଥିଲେ ତା’ନୁହେଁ, ସେ ଗଁାରେ ଦିନେ ପଥୁରିଆଙ୍କ ପାଇଁ ଶିବିର ପଡ଼ିଥିଲା।
ଅରାଗଡ଼ ପାହାଡ଼ରେ ପଥର ଚିହ୍ନଟ ପାଇଁ ପହଞ୍ଚିବା ପରେ ରହିଥିଲେ ତରାବୋଇ ଗଁାରେ। ଦଳପତି ଥିଲେ ନିଧି ମହାରଣା। କାର୍ଯ୍ୟନିର୍ବାହ କରିବା ପାଇଁ ବୀରଭଟ୍ଟ ପରିଦର୍ଶନ ଦାୟିତ୍ୱରେ ଥିଲେ। ତରାବୋଇରେ ଭଟ୍ଟ ବଂଶର ଦାୟାଦଙ୍କୁ ଚିହ୍ନଟ କରିହେଲାନି। ତେବେ ସେ ଅରାଗଡ଼ର ହୋଇପାରନ୍ତି। ଭଟ୍ଟ ଏକ ସାଙ୍ଗିଆ ନୁହେଁ, ଏକ ରାଜ ଉପାଧି। ଶିବିର ପଡ଼ିଥିଲା ୩ ମାସ ୧୦ ଦିନ। ଶିବିର ପାଇଁ ଟିକରପଡ଼ା ଭଣ୍ଡାରରୁ ଆସିଲା ୧୭ ଭରଣ ୧୨ ଗୌଣୀ ଚାଉଳ। ସୁନା ଖର୍ଚ୍ଚ ହେଲା ୪୨୮ ମାଢ଼।
ଏଠାରୁ ୧୩୦୭ ଖଣ୍ଡ ରେଗେଡ଼ା କୁଣ୍ଡାପଥର କଟାଗଲା। କଟାଳି ନେଲେ ୩୪ ମାଢ଼ ସୁନା। ପଥର ବୋହିବାକୁ ଲାଗିଲା ୩୪୦ ମାଢ଼ ସୁନା। ଅରାଗଡ଼ରୁ ଏକ ପାଣି ଦଣ୍ଡା (ପ୍ରାକୃତିକ କେନାଲ) ଥିଲା ଦୟାନଦୀ ପର୍ଯ୍ୟନ୍ତ। ଚାପ ଆସିବାକୁ ତାହା ଖୋଳାଯାଇଥିଲା। ୩ଟି ବଡ଼ ଚାପରେ ପଥର ପହଞ୍ଚିଥିଲା ଦୟାନଦୀରେ। ସେଠୁ ୧୦ଟି ବଡ଼ ନୌକାରେ ଚାପରୁ କିଛି ପଥର କଢ଼ାଯାଇ ଲଦାଗଲା। ପଥର ଚାପ ଓ ନାହା ଚାଲିଲେ କୁଆଖାଇ ନଦୀକୁ। କୁଆଖାଇରୁ ସୋଲ ନଦୀକୁ। ଦୟା ନଦୀ ବହୁ ଇତିହାସର ସାକ୍ଷୀ। କୋଣାର୍କକୁ ପଥର ଆସିବାର ସାକ୍ଷୀ, ସତରେ ସେ କଥା କହିପାରୁଥାନ୍ତା କି! ଏହା ଥିଲା କୋଣାର୍କକୁ ଷୋହଳତମ ପଥର ଆସିବାର ପ୍ରସଙ୍ଗ।
ତାପଙ୍ଗ ମଧ୍ୟ ଦୟା ନଦୀ ପରି ଓଡ଼ିଶା ଇତିହାସର ଅନ୍ୟତମ ସାକ୍ଷୀ। ଠିକ୍‌ ସେମିତି ସୋଲ ନଦୀ ମଧ୍ୟ। ସୋଲ ନଦୀକୁ ଚାପ ନ ଆସିଲେ ଉଦିପୁର ଦଣ୍ଡାକୁ ଆସିପାରିବ ନାହିଁ। ଉଦିପୁର ଦଣ୍ଡା ସିଧା ପଦ୍ମତୋଳା ଗଣ୍ଡ ଦିଗରେ ସଂଯୋଗ ହୋଇଥିଲା।
ତାପଙ୍ଗମାଳର ୨୩୪ଟି ନାଲି ରେଗେଡ଼ା ସାହାଣ ପଥର ଦୟା ନଦୀ-ମହା ନଦୀ-ସୋଲ ନଦୀ-ଉଦିପୁର ଦଣ୍ଡା ଦେଇ ପଦ୍ମତୋଳା ଗଣ୍ଡ ନିକଟରେ ପହଞ୍ଚିଥିଲା। ତାପଙ୍ଗମାଳର ଭୀମଟାଙ୍ଗିରୁ ଏହି ପଥର ଆସିଥିଲା। ପଥୁରିଆଙ୍କ ଦଳପତି ଥିଲେ ନାରାୟଣ ମହାରଣା। ତାପଙ୍ଗ ଦଳବେହେରାଙ୍କ ପକ୍ଷରୁ କାର୍ଯ୍ୟ ତଦାରଖ କରୁଥିଲେ ବୀରମଲ୍ଲ। ତାପଙ୍ଗରେ ଶିବିର ପଡ଼ିଥିଲା ଚାରିମାସ। ଖର୍ଚ୍ଚ ହେଲା ୧୮୦ ମାଢ଼ ସୁନା। ତାପଙ୍ଗ ଭୀମଟାଙ୍ଗିରୁ ପଥର ଆସିବା ସତର ଥର, ଅଠର ଥର ପଥର ଆସିଥିଲା ନୀଳଗିରିରୁ। ନୀଳଗିରିରେ ଥିବା ‘ପିଠଉଶୁଣି’ ପାହାଡ଼ ତଳେ ଥିବା ବାହାରମୁଣ୍ଡା ଗଁା ମୁଣ୍ଡରେ ଶିବିର ପକେଇ ରହିଥିଲେ ପଥୁରିଆ। ଦଳପତି ନାରାୟଣ ମହାପାତ୍ରଙ୍କ ସହିତ ଯାଇଥିଲେ ୧୭୦ ଜଣ ପଥୁରିଆ। ଏଠିକି ସବୁଠାରୁ ଅଧିକ ପଥୁରିଆ ଯାଇଥିବାର ଜଣାପଡ଼ୁଛି। ରହିଲେ ଦୀର୍ଘ ସାତ ମାସ। ଦାୟିତ୍ୱ ନେଇଥିଲେ ରତ୍ନ ଶର୍ମା। ପଥର କଟାଯିବା ପରେ ସାଙ୍ଗି ମାଧ୍ୟମରେ ପଥର ବୁହାହେଲା ବିରୁଡ଼ିନାଳିଆ ପାଖକୁ। ବିରୁଡ଼ିନାଳିଆରୁ ଭସାଣଦଣ୍ଡାକୁ ଆଉ ଏକ ଦଣ୍ଡା ବା କେନାଲ ଥିଲା। ତାକୁ କୁହାଯାଉଥିଲା ମହାନଦୀନାଳିଆ। ନୀଳଗିରିରୁ ଜଳପଥରେ ପଥର ଆଣିବା ସହଜ ନ ଥିଲା। ସେଥିପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ସରିଥିଲା। ମହାନଦୀନାଳିଆ ସଂଯୋଗ ହୋଇଥିଲା ଭଷାଣଦଣ୍ଡା ସହିତ। ଭଷାଣଦଣ୍ଡା ଦେଇ ଚାପ ପହଞ୍ଚିଥିଲା ‘ବାହାରିଆଜୋର’ରେ। ବାହାରିଆ ଜୋରରୁ ଚିତ୍ରୋତ୍ପଳା ଗଣ୍ଡ, ସେଠାରୁ ସୋଲ ନଦୀ। ସୋଲ ନଦୀ ଗଣ୍ଡରୁ ଉଦିପୁର ଦଣ୍ଡା, ତା’ପରେ ପଦ୍ମତୋଳା ଗଣ୍ଡ।
ବିରୁଡିନାଳିଆ, ମହାନଦୀନାଳିଆ, ଭସାଣଦଣ୍ଡା, ବାହାରିଆ ଜୋର, ଚିତ୍ରୋତ୍ପଳା ଗଣ୍ଡ, ସୋଲ ନଦୀ ଗଣ୍ଡ, ଉଦିପୁର ଦଣ୍ଡା, ପଦ୍ମତୋଳା ଗଣ୍ଡ। ସାତୋଟି ଜଳପଥ ଦେଇ ଚାପଦଳେଇ ଚାପରେ ପହଞ୍ଚେଇବା ପରେ ସେତେବେଳେ ନେଇଥିଲେ ୧୩୦ ମାଢ଼ ସୁନା। ଅନ୍ୟ ଖର୍ଚ୍ଚ ୧୬୬ ମାଢ଼। ଚାଉଳ ଏବଂ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ଯୋଗାଇଥିଲେ ରେମୁଡ଼ା ଦଣ୍ଡପାଟର ମୁଖିଆ। ପଥୁରିଆ, ଦଳପତି ଓ ଚାପଦଳେଇଙ୍କୁ ସାଧାରଣ ଲୋକେ ସାହାଯ୍ୟ ଓ ସହଯୋଗ କରି ନ ଥିଲେ ଏତେ ଶୃଙ୍ଖଳିତ ଭାବରେ କୌଣସି ଅଘଟଣ ନ ଘଟି ସୁବିଧାରେ ଆସି ପଥର ପଦ୍ମତୋଳା ଗଣ୍ଡରେ ପହଞ୍ଚିପାରି ନ ଥାନ୍ତା।
ନୀଳଗିରିରୁ ପଥର ଆସି ପହଞ୍ଚିବା ପରେ ବାଣେଶ୍ୱରନାସୀରୁ ପଥର ଆସିଥିଲା। ବାଣେଶ୍ୱରନାସୀ ଅଞ୍ଚଳ ବଡ଼ମ୍ବା-ନରସିଂହପୁର ଗଡ଼ଜାତ ଅଞ୍ଚଳରେ ଅବସ୍ଥିତ। ବାଣେଶ୍ୱରନାସୀର ସିଦ୍ଧିଦୁର୍ଗା ପାହାଡ଼ରୁ ବାଲିଆ ହଳଦିଆ ସାହାଣ ପଥର ୭୩୦ ଖଣ୍ଡ ଆସିଥିଲା। ମହାନଦୀ କୂଳରେ ଏହି ପାହାଡ଼ ଅବସ୍ଥିତ। ଦେବୀ ଭଟ୍ଟାରିକାଙ୍କ ପୀଠଠାରୁ ଅଳ୍ପ ଦୂରରେ। ଏହି ପାହାଡ଼ରେ ରହିଛି ପ୍ରଜ୍ଞା-ପାରମିତା ପୀଠ। ବୌଦ୍ଧ ଧାରାର ମହାନ୍‌ ସାଧିକା ପ୍ରଜ୍ଞାପାରମିତା ଏହି ପାହାଡ଼ରେ ସାଧନା କରିଥିବାର ଐତିହ୍ୟ ରହିଛି। ପାହାଡ଼ର ପାଦଦେଶରେ ରହିଥିଲା ‘ବୁଦ୍ଧେଶ୍ୱର ଗଁା’। ଏଇ ଗଁାରେ ଶିବିର ପଡ଼ିଥିଲା ୩ମାସ ୧୮ ଦିନ। ପଥୁରିଆମାନଙ୍କ ସହିତ ଦେଖାରଖା କରିବାକୁ ରହିଥିଲେ ମଧୁ ମହାରଣା ଓ ବୀର ଓଝା। ପଥର କଟାଳିଙ୍କ ମୁଖିଆ ବୀର ବଡ଼ଜେନା ତଦାରଖ ଦାୟିତ୍ୱରେ ଥିଲେ। ଶିବିର ଖର୍ଚ୍ଚ ସହିତ ମୋଟ ୧୨୬ ମାଢ଼ ସୁନା ଖର୍ଚ୍ଚ ହୋଇଥିଲା। ବଡ଼ବଡ଼ ଆକାରର ପଥର କାଟିବାକୁ ଅଲଗା ୭ ମାଢ଼ ସୁନା ଦିଆଯାଇଥିଲା। ଏହାକୁ ମିଶାଇ ୧୯ ଥର ପଥର ଆସିଲା କୋଣାର୍କକୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri